ଲାଂଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବଲାଙ୍ଗିର ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଜେଣ୍ଡର୍ କୋଡିନେଟର୍ ପୁଷ୍ପାଙ୍ଗିନୀ ଯୋଶୀ
ବଲାଙ୍ଗିର, (କେପିଏନ୍ଏସ୍) : ଲାଂଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ବଲାଙ୍ଗିର ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟର ଜେଣ୍ଡର୍ କୋଡିନେଟର୍ ପୁଷ୍ପାଙ୍ଗିନୀ ଯୋଶୀ । ୩୧ ହଜାର ଟଙ୍କା ଲାଂଚ ନେବା ସମୟରେ ଶ୍ରୀମତୀ ପୁଷ୍ପାଙ୍ଗିନୀ ଯୋଶୀଙ୍କୁ କାବୁ କରି ନେଇଛି ଭିଜିଲାନ୍ସ ବିଭାଗ । ମିଳିଥିବା ସୂଚନା ଅନୁସାରେ ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ଆଡ୍ଜେଷ୍ଟମେଣ୍ଟ ଓ କ୍ଲିଅରେନ୍ସ ସାର୍ଟିଫିକେଟ୍ ଇସ୍ୟୁ ପାଇଁ ଜଣେ ପ୍ରଧାନ ଶିକ୍ଷକ ତଥା ପୂର୍ବତନ ହଷ୍ଟେଲ୍ ଇନ୍ଚାର୍ଜଙ୍କ ଠାରୁ ୩୧ ହଜାର ଟଙ୍କା ଲାଂଚ ନେଉଥିଲେ ଜେଣ୍ଡର୍ କୋଡିନେଟର୍ ପୁଷ୍ପାଙ୍ଗିନୀ । ମାଡ଼ିବସିଲା ଭିଜିଲାନ୍ସ ବିଭାଗ । ଶ୍ରୀମତୀ ପୁଷ୍ପାଙ୍ଗିନୀ ଯୋଶୀଙ୍କ ଠାରୁ ପୂରା ୩୧ ହଜାର ଲାଂଚ ଟଙ୍କା ଉଦ୍ଧାର କରିଛି ଭିଜିଲାନ୍ସ । ଶ୍ରୀମତୀ ଯୋଶୀଙ୍କ ଅନ୍ୟ ତିନୋଟି ସ୍ଥାନରେ ମଧ୍ୟ ରେଡ଼୍ ଚାଲିଥିବା ବେଳେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।