jayashree

ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସିନିୟର ଲ୍ୟାବ୍ ଟେକ୍ନିସିଆନ ଅକ୍ଷୟ କୁମାର ପଟ୍ଟନାୟକ

ସୁବର୍ଣ୍ଣପୁର : ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ସିନିୟର ଲ୍ୟାବ୍ ଟେକ୍ନିସିଆନ । ଲ୍ୟାବ୍ ଟେକ୍ନିସିଆନ ଅକ୍ଷୟ କୁମାର ପଟ୍ଟନାୟକ ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ୍ ଦ୍ଵାରା ଧରାପଡ଼ିଛନ୍ତି । ସୂଚନା ଅନୁଯାୟୀ, ଅକ୍ଷୟ କୁମାର ପଟ୍ଟନାୟକ ସୂର୍ଯ୍ୟମୁଣ୍ଡା ଗାଁର ମୁକୁନ୍ଦ ସାହୁଙ୍କ ଠାରୁ ରକ୍ତ ପରୀକ୍ଷା ପାଇଁ ଲାଞ୍ଚ ମାଗିଥିଲେ । ଆଜି ସକାଳୁ ଅକ୍ଷୟ ନିଜ କାର୍ଯ୍ୟାଳୟରେ ଲାଞ୍ଚ ନେଉଥିବା ବେଳେ ସୋନପୁର ଓ ବଲାଙ୍ଗିର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ଅକ୍ଷୟ ବିଭିନ୍ନ ସମୟରେ ସାଧାରଣ ରୋଗୀଙ୍କ ଠାରୁ ରକ୍ତ ପରୀକ୍ଷା ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ଥିବା ବେଳେ ଆଜି ସେ ଧରାପଡିଛନ୍ତି ।

Leave A Reply

Your email address will not be published.