ଭିଜିଲାନ୍ସ ଜାଲରେ ପଡିଲେ ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ

ପୁରୀ : ଭିଜିଲାନ୍ସ ଜାଲରେ ପଡିଛନ୍ତି ପୁରୀ ଶିଳ୍ପ କେନ୍ଦ୍ର ଉନ୍ନୟନ ଅଧିକାରୀ ସୀତାରାମ ସାହୁ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ରେଡ୍‌ ମାରିଛି ଭିଜିଲାନ୍ସ ଟିମ୍ । ପୁରୀ, ଭୁବନେଶ୍ୱର ଓ ନୟାଗଡ଼ରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ ଚାଲିଥିବା ବେଳେ ସୀତାରାମଙ୍କ ପୁରୀ ସିଧମହାବିର ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି । ଚଢ଼ାଉରେ ସାମିଲ ଅଛନ୍ତି ଭିଜିଲାନ୍ସ ବିଭାଗର ୮ଟି ଟିମ୍ । ବର୍ତ୍ତମାନ ଚଢ଼ାଉ ଜାରି ରହିଛି ।

Leave A Reply

Your email address will not be published.