oum

ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମାନ୍ୟତା

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରେଷ୍ଠ ବିଦ୍ୟାଳୟ ତାଲିକା ପ୍ରକାଶ ପାଇଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅଧୀନରେ ଥିବା ଚାରୋଟି ହାଇସ୍କୁଲକୁ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ମାନ୍ୟତା ମିଳିଛି । ତନ୍ମଧ୍ୟରୁ ଛତ୍ରପୁର ସହରାଞ୍ଚଳର ଶ୍ରୀରାମନଗର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟା ମନ୍ଦିର ପୁଣି ଥରେ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ଯୋଗ୍ୟ ବିବେଚିତ ହୋଇଛି । ଶ୍ରେଷ୍ଠ ବିଦ୍ୟାଳୟ ମାନ୍ୟତା ମିଳିବା ପରେ ଏଠାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଏବଂ ବିଦ୍ୟାଳୟର ପରିଚାଳନା କମିଟି, ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆନନ୍ଦର ଲହରୀ ଆଣିଦେଇଛି । ସେହିପରି ବିଦ୍ୟାଳୟର ଦଶମ ଶ୍ରେଣୀର ଚାରିଜଣ ଛାତ୍ରଛାତ୍ରୀ ତ୍ରିଲୋଚନ ତ୍ରିପାଠୀ, ପ୍ରଯୁକ୍ତା ମହାନ୍ତି, ଶ୍ୱେତାଲିନ୍ ପଣ୍ଡା ଓ ସିଏଚ.ରୋହିତ କୁମାର ପ୍ରମୁଖ ମେଧାବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛନ୍ତି । ଏହି ସଫଳତା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଦସ୍ୟ, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା, ପ୍ରଧାନାଚାର୍ଯ୍ୟ, ଶିଶୁ ଓ ଅଭିଭାବକ ମହଲରେ ଖୁସିର ଲହରି ସଞ୍ଚାର ସୃଷ୍ଟି କରି ଗୌରବର ଗାଥା ଆଣିଦେଇଛି । ବିଦ୍ୟାଳୟର କୃତୀତ୍ୱ ନେଇ ପୁରସ୍କାର ପ୍ରଦାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବାରୁ ଅଶେଷ ଧନ୍ୟବାଦ ସହ ବିଦ୍ୟାଳୟର ପରିଚାଳନା କମିଟି ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜ୍ଞାପନ କରାଯାଇଛି ।

Leave A Reply

Your email address will not be published.