ଭାରତ ପେଟ୍ରୋଲ ପମ୍ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡର ଭିଡିଓ ଭାଇରାଲ

  • କର୍ମଚାରୀଙ୍କୁ ମାଡ ମାରିବା ସହ ପମ୍ପ ଜାଳି ଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୁଡାପାଲି ସ୍ଥିତ ଭାରତ ପେଟ୍ରୋଲ ପମ୍ପର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ କିଛି ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ ମାରିବା ସହ ପମ୍ପ ସାମଗ୍ରୀ ଭଙ୍ଗାରୁଜା କରୁଥିବା ସ୍ପଷ୍ଟ ଜଣାପଡୁଛି । ତେବେ ପିଡିତ ପମ୍ପ କର୍ମଚାରୀ ଏ ସମ୍ବନ୍ଧରେ ସଦର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଘଟଣାରେ ଦୁଇ ଦିନ ପରେ ମଧ୍ୟ ସଦର ପୋଲିସ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରି ନଥିବା ପମ୍ପ ମାଲିକ ରାକେଶ ମିଶ୍ର ଅଭିଯୋଗ କରିଛନ୍ତି । ସୂଚନାରୁ ପ୍ରକାଶ ଯେ, ଗତ ୧୭ ତାରିଖ ଦିନ ଗୋଟାଏ ସମୟରେ ଦୁଇଟି ଗାଡିରେ କିଛି ଯୁବକ ପେଟ୍ରୋଲ ଭରିବା ପାଇଁ ଉକ୍ତ ପମ୍ପକୁ ଆସିଥିଲେ । ପମ୍ପରେ ସେମାନଙ୍କ ମଧ୍ୟରେ ବାକ ବିତଣ୍ଡା ହୋଇଥିଲା । ପମ୍ପ କର୍ମଚାରୀ ମକାରୁ ଗଡତ୍ୟା ପମ୍ପରେ ଝାମେଲା ବାରଣ କରିବାରୁ ଉକ୍ତ ଯୁବକ ମାନେ ତାଙ୍କୁ ମାଡ ମାରିଥିଲେ । ଏଥିରେ ତାଙ୍କର ନାକ ଫାଟି ପ୍ରବଳ ରକ୍ତ ସ୍ରାବ ହୋଇଥିଲା । ଉତ୍ୟକ୍ତ ଯୁବକମାନେ ପମ୍ପ ସାମଗ୍ରୀ ଭଙ୍ଗାରୁଜା କରିବା ସହ ପମ୍ପ ଜାଳି ଦେବାକୁ ଉଦ୍ୟମ କରିଥିଲେ ବୋଲି ଶ୍ରୀ ଗଡତ୍ୟା ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଘଟଣାକୁ ଦୁଇ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରାଯାଇ ନଥିବା ପମ୍ପ ମାଲିକ ରାକେଶ ମିଶ୍ର ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

error: Content is protected !!