ପାଖ ମାଡିଲେ ନାହିିଁ ପଡୋଶୀ : ମା’ର ଶବକୁ ବୋହିଲା ଝିଅ, ସୋସିଆଲ ମିଡିଆରେ ହେଲା ଭିଡିଓ ଭାଇରାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ତୁଷ୍ଟାପାଲି ଗ୍ରାମରେ ଜଣେ ମହିଳାଙ୍କ ମୃତ ଦେହକୁ ତାଙ୍କ ଝିଅ ବୋହିଥିବା ଭଳି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ, ମୃତ ମହିଳା ଜଣକ ସାମାଜିକ ବାସନ୍ଦର ଶିକାର ହୋଇ ତାଙ୍କ ଝିଅ ସହିତ କରୁଥିଲେ । ତେବେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଶବ ଅନ୍ତିମ ସତ୍କାର ପାଇଁ ଝିଅ ପାଖ ପଡୋଶୀକୁ ଡାକିଥିଲେ । ହେଲେ ସେ ସାମାଜିକ ବାସନ୍ଦର ଶିକାର ହୋଇଥିବାରୁ କେହି ପାଖକୁ ଆସି ନଥିଲେ । ଶେଷରେ ଝିଅ ଜଣକ ବାଧ୍ୟ ହୋଇ ତାଙ୍କ ମା’ର ମୃତ ଦେହକୁ ବୋହିଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.