jayashree

ସୋହେଲା ବ୍ଲକ ଭୁଲିଆ ସମାଜ ସାଂଗଠନିକ ସଭା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବେହେରାପାଲିଠାରେ ସୋହେଲା ବ୍ଲକ ଭୁଲିଆ ସମାଜର ସାଂଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଗଜରାଜ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲା ଭୁଲିଆ ସମାଜର ସଭାପତି ଡ ସୁବାସ ମେହେର, ବାନ୍ଧ ଶିଳ୍ପୀ ସୁରେନ୍ଦ୍ର ମେହେର, ରାମକୃଷ୍ଣ ମେହେର, ବିନୋଦ ବିହାରୀ ମେହେର, ମହେନ୍ଦ୍ର ମେହେର, ସହଦେବ ମେହେର, ରଥ ମେହେର, ନନ୍ଦ କିଶୋର ମେହେର ଯୋଗ ଦେଇଥିଲେ । ସଭା ପ୍ରାରମ୍ଭରେ ଅତିଥିମାନେ ମା’ ସମଲେଇ ଏବଂ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଫଟୋ ଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ବଳନ ପରେ କୁମର ମେହେର ସ୍ବାଗତ ସଂଗୀତ ଗାନ କରିଥିଲେ । ଏହି ସଭାରେ ବୁଣାକାର, ଭୁଲିଆସମାଜର ବିଭିନ୍ନ ସମସ୍ୟା ରଙ୍ଗ, ସୂତା ଦରବୃଦ୍ଧି କମ୍‌ କରିବା ପାଇଁ ସରକାରଙ୍କଠାରେ ଦାବୀ ଉପରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ମମିତା ମେହେର ହତ୍ୟାକାଣ୍ଡର ଦୋଷୀକୁ କଠୋର ଦଣ୍ଡ ପ୍ରଦାନ ନିମନ୍ତେ ଦସ୍ତଖତ ଅଭିଯାନରେ ସମସ୍ତେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ । ଏହି ସଭାରେ ସମାଜର ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ବାନ୍ଧକାର ନୀଳାଦ୍ରୀ ମେହେର, ନାଟ୍ୟକାର ବିଦ୍ୟାଧର ମେହେର, ମଂଚ କଳାକାର ଭୁବନେଶ୍ବର ମେହେର, କବି ନକୁଳ ମେହେର, କବି ଶିବ ପ୍ରସାଦ ମେହେର, ପ୍ରକୃତି ବନ୍ଧୁ ଗୋବିନ୍ଦ ମେହେର, ଓ.ଏ.ଏସ ଜୟନ୍ତ ମେହେର, ମାଟ୍ରିକ ଟପର ଶ୍ରୀତମ ମେହେରଙ୍କୁ ମାନପତ୍ର ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । କବି ରୋହିତ ମେହେରଙ୍କ ସଂଯୋଜନାରେ କବି ସୁବାସ ମେହେର, ଅଧିକାରୀ ମେହେର, ଅନନ୍ତ ମେହେର ସମାଜ ବିଚାର ଉପରେ କବିତା ପାଠ କରିଥିଲେ । ଏହା ପରେ ମୋତିରାମ ମେହେରଙ୍କ ପରିଚାଳନାରେ ନୂତନ ସାଂଗଠନିକ କମିଟି ଗଠନ କରାଯାଇଥିଲା । ସଭାପତି ଗଜରାଜ ମେହେର, କାର୍ୟ୍ୟକାରୀ ସଭାପତି ରୋହିତ ମେହେର, ଉପସଭାପତି ଚେୟାରମେନ ମେହେର, ଚନ୍ଦ୍ର ମେହେର, ସଂପାଦକ ମକରଧ୍ବଜ ମେହେର, ସହ ସଂପାଦକ ଶ୍ରୀଫଳ ମେହେର, ଜଗନ୍ନାଥ ମେହେର, ସଂଯୋଜକ ସୁବାସ ମେହେର, କ୍ଷୀରୋଦ୍ର ମେହେର, କୋଷାଧ୍ୟକ୍ଷ ଡୋଲାମଣି ମେହେରଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରିଥିଲେ । ବ୍ଲକର ୩୦ଖଣ୍ଡ ଗ୍ରାମରୁ ଆସିଥିବା ଭୁଲିଆ ସମାଜର ନିର୍ବାଚିତ ପ୍ରତିନିଧି ମାନେ ନିର୍ବାଚନରେ ଅଂଶ ଗ୍ରହଣ କରିଥିଲେ । ବେହେରାପାଲି ଭୁଲିଆ ସମାଜ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଭୀଷ୍ମଦେବ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.