ବୟସ ଗଡିଯାଉଛି ପଛେ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ପତ୍ରାଗୁଡା ଗାଁରେ ରହନ୍ତି ମାୟାଧର ତାଣ୍ଡି (୬୫) ଓ ପତ୍ନୀ ଝାରମୁସେନ ତାଣ୍ଡି (୬୩) । ବୟସ ଗଡିଯାଉଛି ପଛେ ଏପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ପାଉନାହାନ୍ତି । ଏନେଇ ଅନେକଥର ଆବେଦନ କଲେ ସୁଧା ଭତ୍ତା ପାଉନାହାନ୍ତି । ପରିବାର ଚଲାଇବାକୁ କଷ୍ଟକର ହୋଇପଡୁଛି । ଏଥିପ୍ରତି କତୃପକ୍ଷ ଦୃଷ୍ଟି ଶିଘ୍ର ଭତ୍ତା ଯୋଗାଇଦେବାକୁ ଦାବି ହୋଇଛି ।

Leave A Reply

Your email address will not be published.