ommm
jittmm

ଧରାପଡ଼ିଲେ ଲାଞ୍ଚୁଆ ଭାରପ୍ରାପ୍ତ ଆରଆଇ : ପିଅନ ମାଧ୍ୟମରେ ନେଉଥିଲେ ଟଙ୍କା

ଢେଙ୍କାନାଳ : ଭିଜିଲାନ୍ସ ପଞ୍ଝାରେ ଭାରପ୍ରାପ୍ତ ରାଜସ୍ୱ ନୀରିକ୍ଷକ । ଲାଞ୍ଚ ନେଉଥିବା ବେଳେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳୀ ରାଜସ୍ୱ ସର୍କଲର ଭାରପ୍ରାପ୍ତ ଆରଆଇଙ୍କୁ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ । ୪ଟି ଜାଗାବାଡ଼ି ମ୍ୟୁଟେସନ କେସ୍ ପାଇଁ ଇନଚାର୍ଜ ଆରଆଇ ଶଶିଭୂଷଣ ବେହେରା ପିଅନ ବିଷ୍ଣୁ ବଲ୍ଲଭ ଖଟୁଆଙ୍କ ମାଧ୍ୟମରେ ୬୦ ହଜାର ଟଙ୍କା ନେଉଥିବା ବେଳେ ଧରିଲା ଦୁର୍ନୀତି ନିବାରଣ ଟିମ୍ । ସୂଚନା ଅନୁଯାୟୀ, ହିନ୍ଦୋଳ ତହସିଲ ଗଣ୍ଡାନାଳୀ ରାଜସ୍ୱ ସର୍କଲର ଭାରପ୍ରାପ୍ତ ଆରଆଇ ଶଶିଭୂଷଣ ବେହେରା ୪ଟି ଜମିବାଡ଼ି ମ୍ୟୁଟେସନ କେସ୍‌ ପାଇଁ ୬୦ ହଜାର ଟଙ୍କାରେ ଡିଲ୍ କରିଥିଲେ । ଏହି ଟଙ୍କାକୁ ସେ ପିଅନ ବିଷ୍ଣୁ ବଲ୍ଲଭ ଖଟୁଆଙ୍କ ମାଧ୍ୟମରେ ନେଉଥିଲେ । ଏତିକି ବେଳେ ଢେଙ୍କାନାଳ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଧରିଥିଲା । ଲାଞ୍ଚ୍ କେସ୍‌ରେ ସମ୍ପୃକ୍ତ ଇନଚାର୍ଜ ଆରଆଇ ଓ ପିଅନକୁ ହେପାଜତକୁ ନେଇ ପଚରାଉଚରା କରୁଛି ଦୁର୍ନୀତି ନିବାରଣ ଟିମ୍ । ଏହା ସହିତ ଆରଆଇଙ୍କ ଢେଙ୍କାନାଳ ସହର ଦକ୍ଷିଣକାଳୀ ସ୍ଥିତ ଭଡ଼ାଘର, ଯୋରନ୍ଦା ଖଙ୍କରସ୍ଥିତ ପୈତୃକ ଘର ଓ ରାସୋଳ ଗଣ୍ଡାନାଳୀ ସ୍ଥିତ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଖୋଳତାଡ଼ କରୁଛି ।

Leave A Reply

Your email address will not be published.