oom

ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ତ୍ରୟ ମାସିକ କାର୍ଯ୍ୟକାରିଣୀ ବୈଠକ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିବା ୨ ଘଣ୍ଟା ସମୟରେ ଅଖିଲ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନ, ବଲାଙ୍ଗିର ଜିଲ୍ଲାର ତ୍ରୟ ମାସିକ କାର୍ଯ୍ୟକାରିଣୀ ବୈଠକ ସଂଗଠନର ଗଣମାଧ୍ୟମ ସଂଯୋଜକ, ବନମାଳୀ ସାହୁଙ୍କ ଆୟୋଜନ କ୍ରମେ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଂଗଠନର ସଭାପତି ଦେବଦତ୍ତ ମେହେର ସଭାପତିତ୍ୱ କରିଥିବା ବେଳେ ବୈଠକର ପ୍ରାରମ୍ଭରେ ସଂଗଠନର ସମ୍ପାଦକ ହରେକୃଷ୍ଣ ରଥ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସଂଗଠନର ବରିଷ୍ଟ ଉପଦେଷ୍ଟା ସୁଚିତ୍ର ସୁନା ବୈଠକର ନିୟମାବଳୀ ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବୈଠକରେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ସେକ୍ରେଟେରୀ ଜେନେରାଲ କମଳାକାନ୍ତ ତ୍ରିପାଠୀ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡିଶାର ଉପଦେଷ୍ଟା ଗୌରାଙ୍ଗ ମଲ୍ଲିକ, ରାଜ୍ୟ ଉପସଭାନେତ୍ରୀ ଶାନ୍ତିଲତା ସାହୁ ଯୋଗଦେଇ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ । ବୈଠକରେ ସଂଗଠନର ବିଶିଷ୍ଟ ସଦସ୍ୟ ସଦସ୍ୟା ତପନ କୁମାର ଦାସ, ଇନ୍ଦୁ ଭୂଷଣ ଡାଙ୍ଗ, କ୍ୱଇସ ରସୁଲ ଖାନ,ବିଶ୍ୱ ମୋହନ ମିଶ୍ର, ଉପେନ୍ଦ୍ର ମେହେର, ଦିଲୀପ ବେହେରା, ଦୁର୍ଯ୍ୟୋଧନ ପସାୟତ, ପ୍ରତାପ ତ୍ରିପାଠୀ, ରଘୁନାଥ ଷଡ଼ଙ୍ଗୀ, ସବିତା ମହାରା, ଅନୁପମା ପ୍ରହାରାଜ, ତୁଷାର କର୍ମୀ, ସୁଶୀଲ କୁମାର ମହଲା, ଜିତେନ୍ଦ୍ର ମାଝୀ, ପଞ୍ଚାନନ କରନ, ଗୋପୀନାଥ ସାହୁ, ଜୟଦେବ ବିଶି ଆଦି ପ୍ରମୁଖ ଯୋଗ ଦେଇ କୋଭିଡ ଦ୍ୱାରା ମୃତ ଶିକ୍ଷକ ମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ଶୋକସଭାରେ ସମବେଦନା ଜ୍ଞାପନ ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହା ସହ ରାଜ୍ୟ ସରକାରଙ୍କ ଠାରେ ସେମାନଙ୍କ ମୃତ୍ୟୁ ଜନୀତ କ୍ଷତି ପୂରଣ ଦାବୀ କରିବା ପାଇଁ ସଂଗଠନ ମାଧ୍ୟମରେ ଦାବୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ବ୍ୟତୀତ ୫୦ ବର୍ଷ ବୟସରୁ ତତୁର୍ଦ୍ଧ୍ଵ ବୟସ, ରୁଗ୍ଣ ତଥା ଦିବ୍ୟାଙ୍ଗ ଶିକ୍ଷକ ମାନଙ୍କୁ କରୋନା ଡ଼ିଉଟି ବାରଣ ସକାଶେ ସଂଗଠନର ପ୍ରତିନିଧି ମାଧ୍ୟମରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ସମ୍ମୁଖରେ ଦାବୀ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହା ସହ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇ ସେ ସବୁକୁ ସରକାରଙ୍କ ଠାରେ ଦାବୀ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଶେଷରେ ବନମାଳୀ ସାହୁ ନିଜ ମତାମତ ପ୍ରଦାନ ପୂର୍ବକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.