ଆଜି ମୋର ପୁରୁଣା କର୍ମ ଭୂମିସ୍ଥଳ ଆସି ମୁଁ ଗର୍ବିତ : ଭି.କେ. ପାଣ୍ଡିୟାନ

  • ଛତ୍ରପୁର ମୋର କର୍ମ ଭୂମି, ଛତ୍ରପୁର ଆସିଲେ ମୋ ଘରକୁ ଆସିଲା ଭଳି ମୁଁ ଗର୍ବିତ : ଭି.କେ. ପାଣ୍ଡିୟାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ମିନି-ଷ୍ଟାଡିୟମରେ ବ୍ୟୋମ-ଯାନରେ ଅବତରଣ କରି ମୁଖ୍ୟ-ଷ୍ଟାଡିୟମକୁ ବାହାନ ଯୋଗେ ସଭା-ମଞ୍ଚ ସ୍ଥଳକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧିତ୍ୱ କରୁଥିବା ୫-ଟି ସଚିବ ଭି.କେ.ପାଣ୍ଡିୟାନ ଆସିଲା ବେଳେ ଜନ ସମୁଦ୍ର ମଧ୍ୟରେ ଆନନ୍ଦର କୋଳାହଳରେ ସ୍ଥାନଟି ଦୁଲକି ଉଠିଥିଲା । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ସ୍ୱରୂପ ଆସିଥିବା ୫-ଟି ସଚିବ ଭି.କେ.ପାଣ୍ଡିୟାନ ବର୍ଣ୍ଣାଢ଼୍ୟ ସମାବେଶରେ ଉଦବୋଧନ ଦେଇଥିଲେ । ଛତ୍ରପୁରବାସୀଙ୍କୁ ମୋର ନମସ୍କାର, ଛତ୍ରପୁରର ମୋର ମାଆ, ମାଉସୀ, ପିତୃତୁଲ୍ୟ ସଭିଏଁଙ୍କୁ ମୋର ନମସ୍କାର କହିଥିଲେ । ଛତ୍ରପୁର ମାଟିରେ ମୁଁ ସାଢେ ୪ବର୍ଷ ଚାକିରି କରିଛି । ମୁଁ ଏଠାରେ କଲେକ୍ଟର ଥିବା ବେଳେ ମୋତେ ବହୁତ ସହଯୋଗ ମିଳିଛି । ମୋର ବହୁତ ଜଣାଶୁଣା ଲୋକଙ୍କୁ ଭେଟି ମୁଁ ଅତ୍ୟନ୍ତ ଖୁସି ହୋଇଛି । ଛତ୍ରପୁର ଆସିଲେ, ମୋର ନିଜ ଘରକୁ ଆସିଲା ଭଳି ଲାଗୁଛି, ଛତ୍ରପୁର ମାଟି ମୋର ପୁରୁଣା କର୍ମଭୂମି ସ୍ଥଳକୁ ଆସି ମୁଁ ବହୁଖୁସି ଓ ଗର୍ବିତ ବୋଲି ଶ୍ରୀ ପାଣ୍ଡିୟାନ କହିଛନ୍ତି । ପାଣ୍ଡିୟାନଙ୍କ ସଭା ମଞ୍ଚ ଓ ମଞ୍ଚ ପରିସରରେ ବିପୁଳ ସମାବେଶରେ ହର୍ଷ- ଉଲ୍ଲାସ ଓ ଆନନ୍ଦର ବାତାବରଣ ଦେଖାଦେଇଥିଲା । ସମସ୍ତେ ଶ୍ରୀ ପାଣ୍ଡିୟାନଙ୍କୁ ଦେଖିବା ପାଇଁ ବ୍ୟଗ୍ର ଥିଲେ । ସମସ୍ତଙ୍କ ମନରେ ଉତ୍ସାହ ଓ ଉଦ୍ଦୀପନା ଦେଖା ଦେଇଥିଲା । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପ୍ରଶାସନର ବ୍ୟବସ୍ଥିତ କଡ଼ା ସୁରକ୍ଷା ଓ ବିଧିବଦ୍ଧ ବନ୍ଦୋବସ୍ତ ଖୁବ ଶୃଙ୍ଖଳିତ ଥିଲା । ସଭା ମଞ୍ଚରେ ପ୍ରବେଶ କରି ସମାବେଶ ଅତିକ୍ରମ କରିବା ବେଳକୁ ସୁଦ୍ଧିବୃନ୍ଦଙ୍କ ଦ୍ଵାରା ଉଚ୍ଛ୍ୱସିତ ଗନ୍ଧପୁଷ୍ପରେ ତାଙ୍କୁ ସମ୍ବର୍ଦ୍ଧନା ମିଳିଥିଲା । ପ୍ରଥମେ ଶ୍ରୀ ପାଣ୍ଡିୟାନ ଅଭିଯୋଗ ଗ୍ରହଣ କରିଥିଲେ । ପରେ ତାହାର କାର୍ଯ୍ୟକାରୀ ସମ୍ପର୍କରେ ଆଲୋଚନା ମାଧ୍ୟମରେ ଉଦ୍‌ବୋଧନ ଦେଇଥିଲେ । ପାନୀୟଜଳ, ପରିମଳ, ମନ୍ଦିର ଆଦି ଦାବୀଗୁଡିକ ଖୁବଶୀଘ୍ର ସାମାଧନ ହେବ ବୋଲି କହିଛନ୍ତି । ଛତ୍ରପୁର ନିକଟରେ ଅବସ୍ଥାପିତ ରାମଚଣ୍ଡୀ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ୫-ଟି ସଚିବ ଅନୁଦାନ ଘୋଷଣା କରିଥିବା କୁହାଯାଇଛି, ତାହା ଯେ ଖୁବଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ୫-ଟି ସଚିବ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.