ସପ୍ତର୍ଷି ଗୁରୁକୁଳ ବୈଦିକ ଆଶ୍ରମ ଧୂମାଁଭଟ୍ଟାର ୨୩ତମ ବାର୍ଷିକ ଉତ୍ସବ

  • ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଗୁରୁକୁଳ ସେବା ସମ୍ମାନରେ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଟଣାଗଡ଼ ନିକଟସ୍ଥ ଧୂମାଁଭଟ୍ଟାଠାରେ ଶ୍ରୀ ସହଦେବ ଶାସ୍ତ୍ରୀଙ୍କ ଦ୍ଵାରା ପ୍ରତିଷ୍ଠିତ ସପ୍ତର୍ଷି ଗୁରୁକୁଳ ବୈଦିକ ଆଶ୍ରମର ୨୩ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଏହି ଗୁରୁକୁଳ ଆଶ୍ରମରେ ଏକଶତରୁ ଅଧିକ ଛାତ୍ର ଅଧ୍ୟୟନ ରତ ଅଛନ୍ତି । ୨ ହଜାର ମସିହାରେ ଆଚାର୍ଯ୍ୟ ଶ୍ରୀ ସହଦେବ ଶାସ୍ତ୍ରୀଙ୍କ ଦ୍ଵାରା ସ୍ଥାପିତ ଏହି ଗୁରୁକୁଳ ଆଶ୍ରମ କୌଣସି ପ୍ରକାର ସରକାରୀ ଅନୁଦାନ ପାଇ ନ ଥିବା ବେଳେ ବହୁ ବ୍ୟକ୍ତି ବିଶେଷଙ୍କ ସହାୟତାରେ ଏହି ଅନୁଷ୍ଠାନ ପରିଚାଳିତ ହେଉଛି । ୨ ଦିନ ଧରି ଅନୁଷ୍ଠିତ ହେଉଥିବା ବାର୍ଷିକ ଉତ୍ସବ ଅବସରରେ ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜନ୍ମତିଥି ମଧ୍ୟ ପାଳନ କରାଯାଉଛି । ଆଜି ସକାଳେ ବିଶ୍ଵଶାନ୍ତି ହୋମ ଯଜ୍ଞ ସହ ସନ୍ଧ୍ୟାରେ ଶାରୀରିକ ଖେଳ କୌଶଳ, ବାଡି ଖେଳ ପ୍ରଦର୍ଶନ କରିଥିଲେ । ଅପରାହ୍ନରେ ଅନୁଷ୍ଠିତ ସାଧାରଣ ସଭାରେ ଆଚାର୍ଯ୍ୟ ଡା. ଦେବବ୍ରତ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ସମାଜସେବୀ ବଳରାମ ସିଂ ଯାଦବ, ପଣ୍ଡିତ କବିନ୍ଦ୍ର ବ୍ରହ୍ମଚାରୀ, ଧନୁନ୍ଧର ମହାପାତ୍ର, ରାଣା ପ୍ରଧାନ, ପ୍ୟାରୀ ମୋହନ ଦାସ ପ୍ରମୁଖ ଯୋଗ ଦେଇଥିଲେ । ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ଉତ୍ସବକୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇ ମଞ୍ଚରେ ମୁଖ୍ୟ ଅତିଥି ଡା. ଦେବବ୍ରତ ତାଙ୍କୁ ଗୁରୁକୁଳ ସେବା ସମ୍ମାନରେ ପୁଷ୍ପମାଳ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ । ଶ୍ରୀ ପୁରୋହିତ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରତିମା ପୁରୋହିତଙ୍କ ସହ ଉପସ୍ଥିତ ହୋଇ ମାନପତ୍ର ଗ୍ରହଣ କରିଥିଲେ ।

Leave A Reply

Your email address will not be published.