ଗୋହିରାପଦର ଗାଁରେ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗୋହିରାପଦର ଗାଁରେ ଆଜି ଜଗନ୍ନାଥ ମନ୍ଦିର ନିର୍ମାଣ କରିବା ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବରେ ତପନ କୁମାର ମେହେର ଓ ତାଙ୍କ ସହ ଧର୍ମିଣୀ ଯମୁନା ମେହେର ଦାୟିତ୍ବ ତୁଲାଇ ଥିବା ବେଳେ ପୂଜକ ଭାବେ ବିନୋଦ ମିଶ୍ର ଦାୟିତ୍ୱ ନିର୍ବାହ କରିଥିଲେ । ଏଥିରେ ପ୍ରହ୍ଲାଦ ମେହେର, ହରିରାମ ମେହେର, ପିତାମ୍ବର ମେହେର, ହୃଷିକେଶ ମେହେର, ବାସୁଦେବ ମେହେର, ଲଳିତ ମେହେର, ମୁରଲୀଧର ମେହେର, ଦିବାକର ମେହେର, ନିମାଇଁ ମେହେର, ପଙ୍କଜ ମେହେର, ଦୀନବନ୍ଧୁ ମେହେର, ଲିଙ୍ଗ ମେହେର, ଯଯାତି ମେହେର, ବେଦବର ମେହେରଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଏଥିରେ ସତସଙ୍ଗ ପାର୍ଟି ମଧ୍ୟ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.