ପ୍ରଥମ ବାର୍ଷିକ ଉତ୍ସବ ପାଳନ କଲା ମାସିକ ପତ୍ରିକା ବିଶ୍ୱଖବର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାସିକ ପତ୍ରିକା ବିଶ୍ୱଖବର ତାର ପ୍ରଥମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରିଛି । ବରଗଡ଼ ଅମ୍ବାପାଲି ସ୍ଥିତ ଗଜପତି ମଣ୍ଡପ ପରିସରରେ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଗୀତା ମିଶ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡକ୍ଟର ସଂଘମିତ୍ରା ମିଶ୍ର ଯୋଗଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ସଂଗୀତା ପଣ୍ଡା ଷଡ଼ଙ୍ଗୀ ସ୍ୱାଗତ ଭାଷଣରେ ପାଠକ ଶୁଭେଚ୍ଛୁ ବିଜ୍ଞାପନ ଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ସମ୍ପାଦକ ସୁବ୍ରତ କୁମାର ବିର୍ତ୍ତିଆ । ଏହି ଅବସରରେ ଅଞ୍ଚଳର ବୃଦ୍ଧାଶ୍ରମ ଅନ୍ତେବାସୀ ମାନଙ୍କ ପାଇଁ ପ୍ରୀୟଭାଜନ ଆୟୋଜନ କରାଯାଇଥିଲା । ଅରବିନ୍ଦ ଗୁପ୍ତା ରିମା ସାହୁ ଶୁଭ ପରିଡ଼ା ସହଯୋଗ କରିଥିଲେ । ଏହି ଉତ୍ସବ ପରିପ୍ରେକ୍ଷୀରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁଷ୍ଠାନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ରେନବୋ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

jittmm
Leave A Reply

Your email address will not be published.