ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ଜାତୀୟ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମନୋହରପୁର ସ୍ଥିତ ରିଜର୍ଭ ପୋଲିସ ପଡିଆରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ଅବସରରେ ମୁଖ୍ୟ ଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଂଚାୟତିରାଜ ଓ ପାନୀୟ ଜଳ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ । ୭୬ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ପ୍ୟାରେଟ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଅମାତ ଜାତୀୟ ପାତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଏଥିରେ ଜିଲ୍ଲାପାଳ ଚଂଚଳ ରାଣା, ଏସ୍‌ପି ନିତିନ କୁଶଲକରଙ୍କ ସହ ଜିଲ୍ଲାର ଅଧିକାରୀମାନେ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.