oom

ଅଢେଇ ବର୍ଷର ଶିଶୁ ଜଳି ଯାଇଥିବା ଘଟଣା : ହସ୍ପିଟାଲରେ ଉତ୍ତେଜନା

jsmm
  • ନର୍ସ ଭରସାରେ ଚାଲିଛି ଉପାନ୍ତ ଡାକ୍ତର ଖାନା
  • ଚିକିତ୍ସା ଅବହେଳାରେ ଲୋକେ ଅସନ୍ତୋଷ

ତୁରେକେଲା, (ପିତାମ୍ବର ଦୀପ) : ତୁରେକେଲା ବ୍ଲକ ଉପାନ୍ତ ବଡଡକଳା ପଂଚାୟତ ବଡଡକଳା ଗାଁ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟ ସେବା । ସମ୍ପୂର୍ଣ୍ଣ ନର୍ସ ଭରସାରେ ଚାଲୁଥିବା ଗାଁ ଲୋକେ ଅଭିଯୋଗ କରିବା ସହ ଅସନ୍ତୋଷ ପ୍ରକାଶ କରି ଥିବା ଜଣାପଡିଛି । ସୂଚନା ଅନୁସାରେ ବଡଡକଲା ଗାଁର କମଳାପଡାର ଜଣେ ଅଢେଇ ବର୍ଷର ଶିଶୁପୁତ୍ର କ୍ଷେତ୍ର ମଣି ମାଝୀ ଚା’ ଢାଳି ହୋଇ ଯାଇଥିବା ହେତୁ ତାର ଶରୀର ଜଳିଯାଇଥିଲା । ତାଙ୍କୁ ତାଙ୍କ ବାପା ମନବୋଧ ମାଝୀ ନିକଟସ୍ଥ ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ । ଚିକିତ୍ସା ବେଳେ ଜଣେ ନର୍ସ ତାଙ୍କୁ ଉପଯୁକ୍ତ ଚିକିତ୍ସା ନ କରି ହାଲ୍କା ଫୁଲକା ଭାବରେ ମଲମ ଲଗାଇ ଘରକୁ ଯାଅ ବୋଲି କହି ପଠାଇ ଦେଇଥିଲେ । ଶିଶୁପୁତ୍ରଟି ବହୁତ କଷ୍ଟ ଅନୁଭବ କରିଥିଲା । ଯାହାକି ଚିକିତ୍ସାର ଅବହେଳା ହୋଇ ଥିବା ପରିବାର ଅଭିଯୋଗ କରିଥିଲେ । ତାଙ୍କୁ ଚିକିତ୍ସା ଭଲ ଭାବରେ ନ କରି କିମ୍ବା ସ୍ଥାନାନ୍ତର ନ କରି ଘରକୁ ପଠାଇ ଦେଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବାର ଭିତ୍ତିଭୂମି ବିକାଶ କଥା ସରକାର କହୁଥିବା ବେଳେ ଗରିବ ଅସହାୟ ଆଦିବାସୀ ଲୋକଙ୍କ ପ୍ରତି ଏଭଳି ଚିକିତ୍ସା କେତେ ଦୂର ଯଥାର୍ଥ ବୋଲି ସ୍ଥାନୀୟ ଅଂଚଳରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଡାକ୍ତର ନଦେଖି ନର୍ସ ଦେଖୁଥିବା ବା ଚିକିତ୍ସା କରୁଥିବା ଘଟଣାକୁ ନେଇ ଗାଁ ଲୋକେ ହସ୍ପିଟାଲକୁ ଆସିଥିଲେ, କିଛି କ୍ଷଣ ପାଇଁ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ପରେ ବୁଝାସୁଝା ହୋଇ ସ୍ୱଭାବିକ ସ୍ଥିତ ହୋଇଥିଲା । ଆସନ୍ତା ଦିନରେ ଯଦି ହସ୍ପିଟାଲ କର୍ତ୍ତୃପକ୍ଷ ଅଧିକାରୀ କିମ୍ବା କର୍ମଚାରୀ ରୋଗୀ ଅଥବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଭଲ ବ୍ୟବହାର ସହ ଠିକ ଚିକିତ୍ସା ନକଲେ ଜୋରଦାର ବିରୋଧ କରାଯିବା ସହ ହସ୍ପିଟାଲ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସମାଜସେବୀ ହସ୍ତା ଧରୁଆ ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.