ଧାମରା : ଧାମରା ବନ୍ଦର ଫାଟକ ସମ୍ମୁଖ ନୋ ପାର୍କିଂ ଜାଗାରେ ଗାଡ଼ି ରଖିବାକୁ ନେଇ ବନ୍ଦର ନିରାପତ୍ତା କର୍ମଚାରୀ ଏବଂ ଠିକାଦାର ମୁହାଁମୁହିଁ ହୋଇଥିବା ଜଣାପଡିଛି । ଯାହାକୁ ବିରୋଧ କରି ଠିକାଦାର ଓ ଦୋସିଙ୍ଗାବାସୀ ବନ୍ଦର ଫାଟକ ଆଗରେ ଧାରଣା ଦେଇତିବା ଜଣାପଡଇଛି । ସୂଚନା ଅନୁସାରେ ଆଜି ଧାମରା ବନ୍ଦର ୧ ନଂ. ଗେଟ୍ ସମ୍ମୁଖରେ ଜଣେ କାର୍ଯ୍ୟରତ ଠିକାଦାର ନିଜର ୪ ଚକିଆ ଗାଡ଼ିକୁ ରଖିଥିଲେ । ଫଳରେ ବନ୍ଦର ନିରାପତ୍ତା ଦାୟିତ୍ୱରେ ଥିବା କର୍ମଚାରୀ ସଂପୃକ୍ତ ଠିକାଦାରଙ୍କ ଗାଡ଼ିରେ ତାଲା ପକାଇ ଦେଇଥିଲେ । ଯାହାକୁ ନେଇ ନିରାପତ୍ତା କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ବଚସା ହୋଇଥିଲା । ଖବର ପାଇ ସ୍ଥାନୀୟ ଲୋକ ପହଞ୍ଚି ଠିକାଦାରଙ୍କ ସହ ବନ୍ଦର ଫାଟକ ଆଗରେ ଧାରଣା ଦେଇଥିଲେ ଏବଂ ବନ୍ଦର ନିରାପତ୍ତା ଅଧିକାରୀ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଅଡ଼ି ବସିଥିଲେ । ପରେ ଧାମରା ବନ୍ଦରର ଭିପି ଜଗତ ପରିଜା ଆସି ଧାରଣାକାରୀଙ୍କୁ ବୁଝାସୁଝା କରିଥିବା ବେଳେ ସମସ୍ୟାର ସମାଧାନ ପାଇଁ ଆସନ୍ତା ମାସ ପ୍ରଥମ ସପ୍ତାହରେ ଏକ ବୈଠକ ବସିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ଜଣାପଡିଛି । ଏନେଇ ବନ୍ଦର କର୍ତ୍ତୃପକ୍ଷ ନୋ ପାର୍କିଂ ଜାଗାରେ ଠିକାଦାରଙ୍କ ଗାଡ଼ି ଥିବାରୁ ନିରାପତ୍ତା ଦାୟିତ୍ୱରେ ଥିବା କର୍ମଚାରୀ ଗାଡ଼ିରେ ଚାବି ପକାଇଥିଲେ ବୋଲି କହୁଥିବା ବେଳେ ନିରାପତ୍ତା କର୍ମଚାରୀମାନେ ବିଭିନ୍ନ ସମୟରେ ଜାଣିଶୁଣି ଗାଡ଼ିରେ ତାଲା ପକାଇ ଶ୍ରମିକ ଓ ଠିକାରଦାରମାନଙ୍କୁ ହଇରାଣ କରି ଫାଇନ୍ ନିଅନ୍ତି ବୋଲି ଭାରତୀୟ ମଜଦୁର ସଂଘର ସାଙ୍ଗଠନିକ ସଂପାଦକ ଚନ୍ଦ୍ରଶେଖର ଜେନା କହିଛନ୍ତି ।
Prev Post
Next Post