oom

ଖରାମାଲ ଗ୍ରାମରେ ବ୍ଲକସ୍ତରୀୟ ଅଖିମୁଠି ଅନୁକୂଳ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଜାମସେଠ ଗ୍ରାମ ପଞ୍ଚାୟତ ଖରାମାଲ ଗ୍ରାମରେ ପାଇକମାଲ ବ୍ଲକ କୃଷି ବିଭାଗ ତରଫରୁ କୃଷକ ଦିବସ ଓ ଅକ୍ଷୟ ତୃତୀୟା ଉତ୍ସବ ପାଳନ ତଥା ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସର୍ବ ପ୍ରଥମେ ଗ୍ରାମବାସୀମାନେ ଧାନ ଚାଷ ଜମିରେ ଭୂମି ପୂଜନ କରିବା ସହିତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଗହଣରେ ଅଖିମୁଠି ଅନୁକୂଳ କରିଥିଲେ । ପାଇକମାଲ ବ୍ଲକ କୃଷି ଅଧିକାରୀ ସୋମନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ପାଇକମାଲ ବ୍ଲକ ପ୍ରାଣୀ ସଂପଦ ଅଧିକାରୀ ଡା. ସନ୍ତୋଷ କୁମାର ସାହୁ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରମୋଦ କୁମାର ଶବର, ସହକାରୀ ମତ୍ସ୍ୟ ସଂପଦ ଅଧିକାରୀ ରୋଶନ କୁମାର ସେଠ, ସହକାରୀ କୃଷି ଅଧିକାରୀ ଯୋଗେଶ୍ୱର ପଟେଲ ପ୍ରମୁଖ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମ ଉପରେ ସବିଶେଷ ଆଲୋଚନା କରିଥିଲେ । ପାଇକମାଲ ବ୍ଲକ ଆତ୍ମାର ଚେୟାରମ୍ୟାନ ଯୋଗେନ୍ଦ୍ର ଭୋଇ ଚାଷୀ ଭାଇ ଭଉଣୀମାନଙ୍କୁ ଅକ୍ଷୟ ତୃତୀୟାର ଅଭିନନ୍ଦନ ଜଣାଇବା ସହିତ ଜୈବିକ ପଦ୍ଧତିରେ ଚାଷ ଉପରେ ଗୁରୁତ୍ଵାରୋପ କରିଥିଲେ । ପାଇକମାଲ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା ଅକ୍ଷୟ ତୃତୀୟାର ମହତ୍ୱ ଓ ଆମର ପରମ୍ପରା ଗତ ବିଭିନ୍ନ ଚାଷ ପ୍ରଣାଳୀ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ତରଫରୁ ସମସ୍ତଙ୍କ ପାଇଁ ମିଲେଟ ଟିଫିନ ଓ ମିଲେଟ ଚା’ର ବ୍ୟବସ୍ଥା କରାଯାଇଥିଲା । ଯାହାକି ଓଡ଼ିଶା ମିଲେଟ ମିଶନ ଅନ୍ତର୍ଭୁକ୍ତ ମିଲେଟ ଅନହ୍ୱିଲ ଦ୍ୱାରା ପ୍ରସ୍ତୁତ ହୋଇଥିଲା । ଆର୍ନ୍ତଜାତୀୟ ମିଲେଟ ବର୍ଷ ୨୦୨୩ ଉପଲେକ୍ଷ ଗୌର ଚରଣ ସାହୁ (ମିଲେଟ ମିଶନ ବ୍ଲକ ସଂଯୋଜକ) ମିଲେଟ ଚାଷୀ ପାଇଁ ସରକାରଙ୍କ ପ୍ରୋତ୍ସାହନ ଓ ମିଲେଟର ସ୍ୱାସ୍ଥ୍ୟ ଗୁଣ ଉପରେ ଆଲୋଚନା କରିଥିଲେ । ଖରାମାଲ ଗ୍ରାମର ଅଗ୍ରଣୀ ଚାଷୀ ଶ୍ରୀମତୀ ଭଗବତୀ ମାଝୀ ଓ ପ୍ରଭୁଲାଲ ମାଝୀ ଡାଲଖାଇ ଗୀତ ଛନ୍ଦରେ ମିଲେଟ ବା କ୍ଷୁଦ୍ରଶସ୍ୟ ଶ୍ରୀ ଅନ୍ନର ଚାଷ ଓ ବ୍ୟବହାର ଉପରେ ସମସ୍ତ ଶ୍ରୋତାଗଣଙ୍କୁ ଅବଗତ କରାଇଥିଲେ । ପରିଶେଷରେ ସହକାରୀ କୃଷି ଅଧିକାରୀ ଯୋଗେଶ୍ୱର ପଟେଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.