ls

ବିଶ୍ୱ କଲ୍ୟାଣ ଭାଗବତ ପରିଷଦ ବିଶିପାଲି ତରଫରୁ ଶ୍ରୀମଦଭାଗବତ ଉଦ୍‌ଯାପନୀ ଉତ୍ସବ

sb

ବିଶିପାଲି, (କେପିଏନ୍‌ଏସ୍‌) : ବିଶ୍ୱ କଲ୍ୟାଣ ଭାଗବତ ପରିଷଦ ବିଶିପାଲି ତରଫରୁ ଶ୍ରୀମଦଭାଗବତ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂଧ୍ୟାରେ ଏହି ଅବସରରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଗୌରଚରଣ ପଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବରେ ସମ୍ବଲପୁରୀ ଭାଗବତ ପ୍ରଣେତା ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗଦେଇ ଭାଗବତ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ରସିକ ବିହାରୀ ସାହୁ, ନାରାୟଣ ସାହୁ, ଗୋକୁଳାନନ୍ଦ ସାହୁ, ତୁଲେଶ୍ୱର ପାତ୍ର, ବିକାଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କେଦାରନାଥ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶଙ୍କର ପ୍ରସାଦ ପଣ୍ଡା ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗବତ ପରିଷଦର ସମସ୍ତ ଭକ୍ତ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ରଜନୀକାନ୍ତ ପ୍ରଧାନ, ଚିତ୍ତରଞ୍ଜନ ଭୋଇ, ରୁକଧର ସାହୁ, ଗୋଲକ ବିହାରୀ ବାରିକ, ଗିରିଧାରୀ ପ୍ରଧାନ, ଅବନୀକାନ୍ତ ପ୍ରଧାନ, ପ୍ରସନ୍ନ ପ୍ରଧାନ, ବିଭୁତି ବାରିକ ସହଯୋଗ କରିଥିଲେ ।

pc pk
Leave A Reply

Your email address will not be published.