କରାପଲ୍ଲୀ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ ଅନ୍ତର୍ଗତ କରାପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକ ଏଥିରେ ସଭାପତିତ୍ୱ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନେ ଗୁରୁଭକ୍ତି ସହ ଶୃଙ୍ଖଳିତ ଭାବେ ଅଧ୍ୟୟନ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ୫-ଟି ଅଧିନରେ ଚାଲିଥିବା ବିଦ୍ୟାଳୟର ନବୀକରଣ କାର୍ଯ୍ୟକ୍ରମରେ ଅଭିଭାବକ ତଥା ଗ୍ରାମବାସୀ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ସେବା ନିବୃତ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ଯୋଗଦେଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇ ଭିନ୍ନ ଏକ ୫-ଟି ତରିକା(ଟ୍ରୁଥଫୁଲ, ଟିଚର ରେସପେକ୍ଟ, ଟାଇମ୍, ଟାଇର୍ ଲେସ୍, ଟ୍ୟାକଲ) ବ୍ୟାଖ୍ୟା କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ ।ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀପୁର ପଞ୍ଚାୟତ ସରପଞ୍ଚ ଝୁଲି ନାହାକ, ବିଦ୍ୟାଳୟ ପ୍ରତିଷ୍ଠାତା ସଭ୍ୟ ଦେବେନ୍ଦ୍ର ପଟ୍ଟନାୟକ, ସିଆର୍‌ସି ଅଶୋକ କୁମାର ଶତପଥୀ, ଏସ୍‌ଏମ୍‌ସି ସଭାପତି ଦିଗାମ୍ବର ନାହାକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ନାହାକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିମନ୍ୟୁ ପ୍ରଧାନ ନିଜ ନିଜ ବିଦ୍ୟାଳୟର ବିବରଣୀ ପ୍ରଦାନ କରିଥିବା ବେଳେ ଶିକ୍ଷକ ଉମାକାନ୍ତ ପଟ୍ଟନାୟକ ସଂଯୋଜନା ଓ ଧିରେନ୍ଦ୍ର ନାଥ ସଭାପତି ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀକାନ୍ତ ଦାଶ ଓ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣ ଚନ୍ଦ୍ର ନାହାକ, ସୋମନାଥ ନାହାକ ନିମନ୍ତ୍ରିତ ଅତିଥି ରୂପେ ଯୋଗଦେଇ ସହଯୋଗ କରିଥିଲେ । ଉଭୟ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ସୁଜ୍ଞାନୀ ପାଢୀ, ଶାନ୍ତନୁ କୁମାର ପଟ୍ଟନାୟକ, ହରିଶ୍ଚନ୍ଦ୍ର ବେହେରା, ରାମଚନ୍ଦ୍ର ନାହାକ, ଗୋପାଳ ନାହାକ, ବିକ୍ରମ ବେହେରା, ଗୀତାଞ୍ଜଳି ବେହେରା, ସୁରେଶ ମହାନ୍ତି, ଉମାକାନ୍ତ ରାଉଳ, ରବିନାରାୟଣ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷକ ଅଭିମନ୍ୟୁ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.