ରୋଟାରୀ କ୍ଲବ୍‌ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣରଙ୍କୁ ସ୍ୱାଗତ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶଶାଙ୍କ ରାସ୍ତୋଗୀଙ୍କ ରାଉରକେଲା ଗସ୍ତ ଅବସରରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ସ୍ଥାନୀୟ ହୋଟେଲ ସେଣ୍ଟ୍ରାଲ ପାର୍କଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କ୍ଲବର ସଭାପତି ରୋଟାରିଆନ୍ ଆନାବେଲ ଡିସୌଜା ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କ୍ଲବର ସେକ୍ରେଟାରୀ ବିଭିନ୍ନ କାର୍ଯ୍ୟାବଳୀ ସଂପର୍କିତ ବିବରଣୀ ଉପସ୍ଥାପନ କରିଥିଲେ । ରୋଟାରୀ ଡିଜିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରାଇବା କ୍ଷେତ୍ରରେ ରୋଟାରୀ ସଦସ୍ୟ/ସଦସ୍ୟାଙ୍କ ସହଯୋଗ ପାଇଁ ସେମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ରୋଟାରିଆନ୍ ସୁଚିସ୍ମିତା ବିଶ୍ୱାସ ଡିଜି ଶଶାଙ୍କ ରାସ୍ତୋଗୀଙ୍କ ପରିଚୟ ପ୍ରଦାନ କରିଥିଲେ । ରୋଟାରୀ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଶ୍ରୀ ରାସ୍ତୋଗୀ ତାଙ୍କ ବକ୍ତବ୍ୟ ପ୍ରସଙ୍ଗରେ ରୋଟାରୀ କ୍ଲବର ଲକ୍ଷ୍ୟ, ବିବିଧ ସେବାମୂଳକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରି ସମାଜସେବା କ୍ଷେତ୍ରରେ ରୋଟାରିଆନ୍‌ମାନଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଲେକ୍‌ଜାଣ୍ଡାର ଡିସୌଜା ସଂଯୋଜନା କରିଥିବା ବେଳେ ରୋଟାରିଆନ୍ ପୁତୁଲ ରାହୁଲ ଧନ୍ୟବାଦ ଅର୍ପଣ କରିଥିଲେ । ରୋଟାରୀ ଗଭର୍ଣ୍ଣର ପ୍ରାରମ୍ଭରେ ରୋଟାରୀ କ୍ଲବର ବୋର୍ଡ ଅଫ୍‌ ଡାଇରେକ୍ଟର ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ । ରୋଟାରିଆନ ସନ୍ଧ୍ୟାରାଣୀ ବରାଳ ଗାନ୍ଧୀ ମହାବିଦ୍ୟାଳୟର ରୋଟ୍ରାକ୍ଟ କ୍ଲବ୍ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସେହିପରି ଆଇପିପି ରୋଟାରିଆନ ଅର୍ଚ୍ଚନା ମହାନ୍ତି ରିମ୍‌ସର ରୋଟ୍ରାକ୍ଟ କ୍ଲବ ଓ ଅନ୍ୟ ଦୁଇ ଇଣ୍ଟ୍ରାକ୍ଟ କ୍ଲବ ସଂପର୍କରେ ସୂଚନା ଦେଇଥିଲେ । ଏତଦ୍‌ ବ୍ୟତୀତ ରୋଟାରିଆନ କୁମାର ବେହେରା ଛତୁ ଚାଷ ଓ ତାଲିମ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ପୂର୍ବାହ୍ନରେ ରୋଟାରୀ ଡିଜି କ୍ଲବ ପକ୍ଷରୁ ପରିଚାଳିତ ହୋଇଆସୁଥିବା ଜୁଭେନାଇଲ ପ୍ରକଳ୍ପ, ବରଟୋଲି ୟୁ.ପି. ସ୍କୁଲ ଓ କୋଏଲନଗର ବି ବ୍ଲକ ୟୁ.ପି. ସ୍କୁଲରେ ଚାଲୁଥିବା ଶିକ୍ଷା ପ୍ରକଳ୍ପ ବୁଲି ଦେଖିଥିଲେ ଓ ଏନେଇ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ଆରଏସ୍‌ପି ସିଇଓଙ୍କ ଧର୍ମପତ୍ନୀ ସୀମାଦେବ ଭୌମିକ୍‌ଙ୍କୁ କ୍ଲବର ନୂତନ ସଦସ୍ୟା ଭାବେ ଗ୍ରହଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ କ୍ଲବର କର୍ମକର୍ତ୍ତା, ସଦସ୍ୟ, ସଦସ୍ୟା, ଅନ୍ୟ ରୋଟାରିଆନ ସଦସ୍ୟ ଓ ଅତିଥିମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.