oom

ପିଢପାଟଣା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପିଢପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି ।ଏବିଇଓ ଲକ୍ଷ୍ମଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବ୍ଲକ ପ୍ରାକ୍ତନ ଶିକ୍ଷାଧିକାରୀ ଯୁଧିଷ୍ଠିର ପରିଡା, ମୁଖ୍ୟବକ୍ତା ଭାବରେ ଚନ୍ଦ୍ର ଶେଖର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ହୋତା, ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଦିପ୍ତିଶ୍ରୀ ରାଉତରାୟ, ଗଡମୋଟରୀ ସମିତିସଭ୍ୟ ଲଲାଟ କେଶରୀ ସାମନ୍ତରାୟ, ଯୁବନେତା ସୁଦିପ୍ତ ନାୟକ, ପରିଚାଳନା କମିଟି ସଭାପତି ରତ୍ନାକର ପରିଡା, ସ୍ଥାନୀୟ ସରପଞ୍ଚ ହରିହର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ପିଲାମାନଙ୍କ ପ୍ରାଥମିକ ଶିକ୍ଷା ଓ ଅଭିଭାବକମାନଙ୍କ ଗୁରୁଦାୟିତ୍ୱ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ । ପିଲାମାନଙ୍କ ପାଠପଢା ସହିତ ପରିବାରରେ ପିତାମାତା ଜଣେ କୋମଳମତି ଶିଶୁକୁ ପ୍ରାଥମିକ ଶିକ୍ଷା ସହିତ ସଠିକ୍‌ ନିତିଶିକ୍ଷା ଦେଲେ ଆଗାମୀ ଭବିଷ୍ୟତ ପିଢି ଉଜ୍ୱଳ ହୋଇପାରିବ ବୋଲି ମୁଖ୍ୟବକ୍ତା ଶ୍ରୀ ହୋତା ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଗମ୍ବର ରଥ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସିଆରସିସି ଦୁର୍ୟ୍ୟୋଧନ ପ୍ରଧାନ ସଭା ସଂଯୋଜନା କରିଥିଲେ । ଏହି ଅବସରରେ ଚନ୍ଦ୍ର ଶେଖର ଉଚ୍ଚ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଶ୍ରୀ ହୋତାଙ୍କୁ ଶିକ୍ଷକ ଗୌରବ ସମ୍ମାନରେ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ସନ୍ନିକଟ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଗୋପକୃର୍ଷ୍ଣ ତ୍ରିପାଠୀ, ଚକ୍ରଧର ମହାପାତ୍ର, ପ୍ରତାପ ବିଶୋଇ, ପ୍ରଦୀପ କୁମାର ଜେନା, ଅଭୟଚରଣ ସାହୁ, କ୍ଷେତ୍ରବାସୀ ଆଳୁକ, ପାର୍ବତୀ ମହାପାତ୍ର, ଫକୀର ଦାସ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ କାହ୍ନୁଚରଣ ସେଠୀ, ଶିକ୍ଷୟିତ୍ରୀ ଅମରାବତୀ ତାଡ, କଳ୍ପନା ପ୍ରଧାନ, ପରିଚାଳନା କମିଟି ସଦସ୍ୟ ଗଣେଶ୍ୱର ପରିଡା, ରଶ୍ମୀରଂଜନ ଜେନା, ଗଦାଧର ପରିଡା, ଦୁଷ୍ମନ୍ତ ପରିଡା, ନିତ୍ୟାନନ୍ଦ ଜେନା, କାଳୁଚରଣ ଦାସ ପ୍ରମୁଖ ସହ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କ୍ରୀଡା ଓ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସନ୍ଧ୍ୟାରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

jittmm
Leave A Reply

Your email address will not be published.