oom

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଓଡ଼ିଶା ସରକାର, ବିଦ୍ୟାଳୟ ଓ ଗଣଶିକ୍ଷ ବିଭାଗର ଆଦେଶ ଅନୁଯାୟୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି । ନବାଗତ ପିଲାମାନଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ କରାଯାଇଥିଲା । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଚୂଡାମଣି ବାରିକଙ୍କ ନିର୍ଦେଶ ମତେ ତଥା କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟିତ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ଶିକ୍ଷା ସଚେତନତା ରାଲି ସହର ପରିକ୍ରମା କରି ଛାତ୍ରୀମାନେ ଲୋକମାନଙ୍କୁ ବିଦ୍ୟାଳୟରେ ଛାତ୍ରୀମାନଙ୍କ ଦାଖିଲାକୁ ସୁନିଶ୍ଚିତ କରିବା ପାଇଁ ପ୍ରବର୍ତ୍ତାୟୀ ଥିଲେ । ବିଦ୍ୟାଳୟର ବ୍ୟାଣ୍ଡ ଦଳ ବଜାଉଥିବା ବ୍ୟାଣ୍ଡର ତାଳେ ତାଳେ ଛାତ୍ରୀମାନେ ମିନତୀ ଦାସ, ମାନସ ଶତପଥି, ସୁରେନ୍ଦ୍ର କୁମାର ଭୋଇ, ରବିନା ପଧାନ, ସଂଯୁକ୍ତା ଭୋଇ, ନିଲିମାରାଣୀ ମହାନ୍ତି, ଜ୍ୟୋତି ରେଖା ମହାନନ୍ଦ, ଚକ୍ରଧର ନାୟକ, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର ଓ ସୁଷମା ଦାସଙ୍କ ଦିଗଦର୍ଶନରେ ନଗର ପରିକ୍ରମା କରିଥିଲେ । ଦୁଷ୍ମନ୍ତ ଛତର, ନନ୍ଦିନୀ ବଗ ଓ କମଳା କୁମ୍ଭାର ରାଲିରେ ଛାତ୍ରୀମାନଙ୍କୁ ସହାୟତ କରିଥିଲେ ।

jittmm
Leave A Reply

Your email address will not be published.