ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ଏକ ମାତ୍ର ବାଳିକା ବିଦ୍ୟାଳୟ ଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁବେଳେ ନିଖୁଣ ଭାବେ ପ୍ରଚେଷ୍ଟା ଜାରି ରଖିଥାଏ । ନୂତନ ଭାବେ ବିଦ୍ୟାଳୟର ନବମ ଶ୍ରେଣୀରେ ନାମ ଲେଖାଇ ଥିବା ୬୫ ଜଣ ଛାତ୍ରୀଙ୍କ ପାଇଁ “ପ୍ରବେଶ ଉତ୍ସବ” ଅନୁଷ୍ଠିତ ହେଇଥିଲା । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀମାନେ ଫୁଲ ଚନ୍ଦନ ଦେଇ ଛାତ୍ରୀମାନଙ୍କୁ ସ୍ଵାଗତ କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ରୀମାନେ ନାଚ, ଗୀତର ସହିତ ଛାତ୍ରୀମାନଙ୍କୁ ପାଛୋଟି ଆଣିଥିଲେ । ଏହି ଅବସରରେ ଏକ ସ୍ଵାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ସଭାପତି ଶ୍ରୀମତୀ ନିରୁପମା ନାଗ ସଭାପତିତ୍ୱ କରିଥିଲେ । ବିଦ୍ୟାଳୟର ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲା ମଞ୍ଚାସୀନ ହୋଇ ଛାତ୍ରୀମାନଙ୍କୁ ଉଦ୍ଦବୋଧନ ଦେଇଥିଲେ । ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା ବିଦ୍ୟାଳୟରେ ଶୃଙ୍ଖଳାର ସହିତ ଅଧ୍ୟୟନ କରି କିପରି ନିଜର ଲକ୍ଷ ହାସଲ କରିବା ଆଲୋକପାତ କରିଥିଲେ । ବିଦ୍ୟାଳୟର ଶିକ୍ଷୟିତ୍ରୀ ଉଷା ଦାଶ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ ସେବକ ସେଠ ସଭା ପରିଚାଳନା କରିଥିଲେ । ସଂଗୀତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଅନିମା ରାଉତ, ରଞ୍ଜିତା ସାହା, ଅନିତା ପାଣିଗ୍ରାହୀ, ନମିତା ସାହୁ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନା କରି ଫଳପ୍ରଦ କରିଥିଲେ ।
Prev Post