ବ୍ଲକ ସ୍ତରୀୟ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ଆୟୋଜିତ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ମଧ୍ୟରେ ବର୍ଷ ୨୦୨୬ ପାଇଁ ସର୍ବଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଶିଶୁ ମାନଙ୍କ ପାଇଁ ଖଡ଼ି ଛୁଆଁ ଓ ପ୍ରବେଶ ଉତ୍ସବ ମହାସମାରୋହରେ ଆୟୋଜିତ ହୋଇଯାଇଛି । ଆୟୋଜିତ ସମାରୋହରେ ୧୫ଜଣ ଶିଶୁଙ୍କ ପ୍ରବେଶ ଓ ଖଡି ଛୁଆଁ କରାଯାଇ ସମସ୍ତଙ୍କୁ ସ୍କୁଲ ବ୍ୟାଗ ଓ ବାଲ ବାଟିକା କିଟ୍ ପ୍ରଦାନ କରଯାଇଥିଲା । ଅତିଥି ମାନଙ୍କ ଦ୍ୱାରା ଶିକ୍ଷା ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା । ଆୟୋଜିତ ସମାରୋହରେ ଏବିଇଓ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ଜାନକୀ ବାଣୁଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ବିଡିଓ ଧର୍ମରାଜ ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ ଭାଟି, ସମାଜସେବୀ ବ୍ରଜେନ୍ଦ୍ର ପଟ୍ଟଯୋଶୀ, ବରିଷ୍ଠ ସାମ୍ବାଦିକ ଅର୍ଜୁନ ପଟ୍ଟନାୟକ, ଅସ୍ରଫ ଅଲ୍ଲୀ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସିଦ୍ଧାର୍ଥ ମିଶ୍ର, ବେଦବର ନିଆଲ୍, ପରିଚାଳନା ସଭାପତି ଉମାଶଙ୍କର ଦୀପ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ଲଳିତ କୁମାର ନାଏକ କାର୍ଯ୍ୟକ୍ରମର ପ୍ରତ୍ୟକ୍ଷ ତତ୍ୱାବଧାନ କରିଥିବା ବେଳେ ସମସ୍ତ ସିଆର୍‌ସିସି ସହଯୋଗ କରିଥଲେ । କୁଚାଗାଁ ସାଧନ କେନ୍ଦ୍ର ସଂଯୋଜକ ଅନନ୍ତ ନାରାୟଣ ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ସଂଯୋଜକ ବେଦବର ନିଆଲ ଧନ୍ୟବାଦ୍ ଅର୍ପଣ କରିଥଲେ ।

Leave A Reply

Your email address will not be published.