ବ୍ଲକ‌ସ୍ତରୀୟ‌ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସାଲେଭଟା ପ୍ରାଥମିକ ବିଦ୍ୟାଳୟରେ ବ୍ଲକସ୍ତରୀୟ ପ୍ରବେଶ ଓ ଖଡ଼ିଛୁଆଁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶନାରେ ପ୍ରବେଶ ଓ ଖଡ଼ିଛୁଆଁ-୨୬ ଉତ୍ସବ ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ୟାମ ମେହେର ଆବାହକତ୍ଵରେ ଏବିଇଓ ରଜନୀକାନ୍ତ ସାହୁ ସଂଯୋଜନା କରିଥିବା ସୂଚନାରୁ ପ୍ରକାଶ । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳୀ ଦାଶ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଜୋନ-୨ର ସଭ୍ୟା ଶ୍ରୀମତୀ ବିଣାପାଣି ଦାଶ, ସାଲେଭଟା ସରପଞ୍ଚ ବିଜୟ ବେହେରା ଯୋଗଦେଇଥିଲେ । ସ୍ଥାନୀୟ ସିଆର୍‌ସିସି ସଦାନନ୍ଦ ଭୁଏଙ୍କ ସହ ବ୍ଲକର ସମସ୍ତ ସିଆର୍‌ସିସି, ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବହୁସଂଖ୍ୟାରେ ପିତାମାତା, ଅଭିଭାବକଙ୍କ ସହଯୋଗରେ ମୋଟ ୧୭ଜଣ ଛାତ୍ରଛାତ୍ରୀଙ୍କ ଖଡ଼ିଛୁଆଁ ସହ ନାମ ଲେଖାଇଥିଲେ । ପରେ ପରେ ଏକ ସଚେତନତା ରଥ ପରିଭ୍ରମଣ ସକାଶେ ଉଦଘାଟନ ହୋଇଥିଲା । ଯାହାକି ବ୍ଲକର‌ସମସ୍ତ ସ୍କୁଲ ତଥା ଗାଁକୁ ଗାଁ ଯାଇ ସଚେତନତାର ବାତ୍‌ର୍ତ୍ତା ପହଞ୍ଚାଇବ । ଏହାର ମୂଳ ଲକ୍ଷ‌ ଶତପ୍ରତିଶତ ପିଲା ସ୍କୁଲ ମାନଙ୍କରେ ନାମ ଲେଖାଇବା ସହ ଅଧାରୁ ପାଠ ଛାଡି ଦେଉଥିବା ହାରକୁ ଶୂନ ପ୍ରତିଶତ କରାଯାଇପାରିବ । ଉକ୍ତ ବିଷୟରେ ସମସ୍ତେ ଶପଥ ପାଠ ପରେ ସିଆର୍‌ସିସି ରମେଶ ତ୍ରିପାଠୀ ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ଘୋଷଣା ହୋଇଥିଲା ।

Leave A Reply

Your email address will not be published.