ତୁଷୁରା, (କେପିଏନ୍ଏସ୍) : ଗୁଡଭେଲା ବ୍ଲକ ଅନ୍ତର୍ଗତ ତୁଷୁରା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଡ. ହେମନ୍ତ କୁମାର ଦାଶଙ୍କ ନେତୃତ୍ୱରେ ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ ଏକ କୁଣ୍ଡୀୟ ଗାୟତ୍ରୀ ଯଜ୍ଞ ସହ ସମ୍ପାଦିତ ହୋଇଯାଇଛି । ତୁଷୁରା ଗାୟତ୍ରୀ ଶକ୍ତିପୀଠର ମୁଖ୍ୟ ପୁରୋଧା ରାଧା ରମଣ କେଡିଆଙ୍କ ପୌରହିତ୍ୟରେ ଯଜ୍ଞ ସମ୍ପନ୍ନ ହୋଇଥିଲା । ସନ୍ତୋଷ କୁମାର ସାହୁ ଓ ପ୍ରମୋଦ କୁମାର ସା ସହଯୋଗ କରିଥିଲେ । ଏଥିରେ ଚାରିଜଣ ଶିଶୁଙ୍କୁ ଖଡ଼ିଛୁଆଁ ଯାଇଥିଲା । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ, ବିନ୍ଦୁ ମାହାଣା ଓ ଆକାଂକ୍ଷା ରାଣୀ ଯୋଶୀ ସହଯୋଗ କରିଥିଲେ । ଏଥିରେ ମାରୱାଡି ମହିଳା ସମିତିର ସଂପାଦିକା ଊଷା କେଡିଆ, ସଦସ୍ୟା ପ୍ରଭା କେଡିଆ ଓ ସ୍ଵିଟି କେଡିଆ ବିଦ୍ୟାଳୟକୁ ଆସି ଶିଶୁ ମାନଙ୍କୁ ସରବତ ବଣ୍ଟନ କରିଥିଲେ । ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଓ ଅଭିଭାବକ ଅଭିଭାବିକା ଏଥିରେ ସାମିଲ ହୋଇଥିଲେ ।