ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୪ ସ୍ଥିତ ରାଉରକେଲା କଲେଜ ରାଉରକେଲାର ଅର୍ଥନୀତି ବିଜ୍ଞାନ ବିଭାଗ ତରଫରୁ ଷଷ୍ଠ ସେମିଷ୍ଟାର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଭାଗର ଆର୍ଯ୍ୟନ ପ୍ରଖର ଓ ସୁଚିସ୍ମିତା ଜେନାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ଡ଼. ରବୀନ୍ଦ୍ର କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ପ୍ରଦାନ କରିବା ସହ ଶିକ୍ଷା କିପରି ଆମ ଜୀବନକୁ ସଂସ୍କାରିତ ତଥା ଭାବିଷ୍ୟତର ମାର୍ଗ ଦର୍ଶକ ହୁଏ ସେ ସମ୍ପର୍କରେ ବକ୍ତବ୍ୟ ଦେବା ସହ ଏଠାରୁ ଶିକ୍ଷା ସମାପ୍ତ କରୁଥିବା ସମସ୍ତଙ୍କ ଭବିଷ୍ୟତ ସୁନ୍ଦର ହେଉ ବୋଲି ମତ ରଖିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା ବୈଜୟନ୍ତୀ ବାରିକ, ଅଧ୍ୟାପକ ସୁଶାନ୍ତ କୁମାର ପଟେଲ, ଅଧ୍ୟାପିକା ଶ୍ୱେତା ସାହୁ ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ସୁନାଗରିକ ହେବା ସହ ଶିକ୍ଷାକୁ ସଠିକ ଉପଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆର୍ଯ୍ୟନ ପ୍ରଖର, ସୁଚିସ୍ମିତା ଜେନା, ମହିମା ଆଶ୍ରିତ ଜେନା, ନଳିନୀ ଶୁଭ ପ୍ରମୁଖ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କାହ୍ନାପ୍ରସାଦ ମହାରଣା, ମହିମା ଆଶ୍ରିତ ଜେନା, ନନ୍ଦିନୀ ଶୁଭ ଓ ଅନ୍ୟମାନେ ସହଯୋଗ କରିଥିଲାବେଳେ ଶେଷରେ ଶୁଭମ୍ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.