ଅଇଁଲାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସମଲେଇ ଚୁଆଁ କ୍ଲଷ୍ଟର ଅନ୍ତର୍ଗତ ଅଇଁଲାସାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ପ୍ରଧାନ ଶିକ୍ଷକ ଜୟ ପ୍ରକାଶ ସେଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ବିଭୁଦତ୍ତ ରାଜହଂସ ମୁଖ୍ୟ ଅତିଥିଭାବେ ଯୋଗଦେଇ କ୍ରୀଡାର ବିକାଶ ବିନା ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ କଳ୍ପନା କରାଯାଇ ନପାରେ ତେଣୁ ପାଠ ସହିତ କ୍ରୀଡା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନେ ଆଗକୁ ବଢିବାକୁ ପ୍ରେରଣା ଦେଇଥିଲେ । ମୁଖ୍ୟବକ୍ତା ଭାବେ ସମଲେଇ ଚୁଆଁ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧେଶ୍ୟାମ ରଥ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବର ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥିଭାବେ ପ୍ରାକ୍ତନ ୱାର୍ଡ ସଭ୍ୟ ନିରଞ୍ଜନ ଗଡତିଆ, ପ୍ରାକ୍ତନ ସ୍କୁଲ ସଭାପତି ସନ୍ତୋଷ ସାହୁ, ଶିକ୍ଷାପ୍ରେମୀ ସନ୍ତୋଷ ପଧାନ, ବରିଷ୍ଠ ନାଗରିକ ଘନଶ୍ୟାମ ନାଏକ, ତମାମୁରା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶୁଭଲାଲ ସାହୁ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ଦେବାନନ୍ଦ ନାଏକ ଓ କପିଳେନ୍ଦ୍ର ପଧାନଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୋଳାଫିଙ୍ଗା, ଡିସକସ ଥ୍ରୋ, ପୁଚି, ଦୌଡ଼ି ଟଣା, ମ୍ୟୁଜିକ ଚେୟାର ପରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ଲିଙ୍ଗରାଜ ସେଟ, ଧ୍ରୁବ ଚରଣ ପଣ୍ଡା, ପଞ୍ଚାନନ ପଧାନ, ଦୁର୍ଯ୍ୟୋଧନ ବାରିକ, ଶିକ୍ଷୟିତ୍ରୀ ବନିତା ବେହେରା, ବେବି ଗଡତିଆ, ପୂଜା ପଧାନ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ତହସିଲ ଗଡତିଆ, ସଭ୍ୟ ସୁଦାମ ଅଦାବର, ଗୋବିନ୍ଦ ପୁରୋହିତ, ସସ୍ମିତା ପୁରୋହିତ ଓ ସମସ୍ତ ପିତାମାତା ଅଭିଭାବକ ସହଯୋଗ କରିଥିଲେ ।

Leave A Reply

Your email address will not be published.