ନୂଆପଡା , (ନିରାକାର ମେହେର) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ କରଙ୍ଗାମାଲ ସେବାଶ୍ରମରେ ଅନୁସୂଚୀତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଖିଳ ଧରୁଆଙ୍କ ଅଧ୍ୟକ୍ଷତାରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ବିଶିଷ୍ଟ ଶିକ୍ଷାବିତ୍ କରଙ୍ଗାମାଲ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଧାକାନ୍ତ ଯୋଶୀ, ମୁଖ୍ୟ ବକ୍ତା ଜିଲ୍ଲା ଶିକ୍ଷା ନିରୀକ୍ଷକ ଉଦୟ ସିଂ ମାଝୀ, ସମ୍ମାନିତ ଅତିଥି ପ୍ରାକ୍ତନ ପ୍ରଧାନ ସେବକ ଚୈତନ୍ୟ ମାଝୀ, ଜିଲ୍ଲା ଶିକ୍ଷକ ସଂଘର ସଭାପତି ସୁଶୀଳ କୁମାର ପତି, ବ୍ଲକ ଶିକ୍ଷକ ସଂଘ ସଭାପତି ଶ୍ୟାମ କୁମାର ଦଣ୍ଡସେନା, ଚି଼କଳଚୁଆ ଆଶ୍ରମ ବିଦ୍ୟାଳୟର ପ୍ରଧାନ ସେବକ ଧନୀକର ଜଗତ, ବାଗଲୋର ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିରାଲସେନ ନାଗ, ମହୁଲପଡା ସେବାଶ୍ରମର ବରିଷ୍ଠ ପ୍ରଧାନ ସେବକ କମଳ ସିଂ ମାଝୀ, ଚନାବେଡା ଆଶ୍ରମ ବିଦ୍ୟାଳୟର ସେବିକା ଶ୍ରୀମତୀ ସନ୍ଧ୍ୟାରାଣୀ ଆଡବଙ୍ଗ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନା କରଙ୍ଗାମାଲ ସେବାଶ୍ରମର ସେବକ ନରେଶ ସୁନାନୀ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ହୋଇଥିବା ବେଳେ ସେବିକା ମୀନାକ୍ଷୀ ପଣ୍ଡା ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ । ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ତଥା ଶିଶୁ ପ୍ରତିଭାକୁ ପୁଷ୍ପିତ କରିବା ପାଇଁ ବିଦ୍ୟାଳୟର ଅବଦାନ ସଂପର୍କରେ ଅତିଥିମାନେ ନିଜର ବକ୍ତବ୍ୟ ।ର କହିଥିଲେ । ସେବାଶ୍ରମର ବାର୍ଷିକ କ୍ରୀଡାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ବଣ୍ଟନ କରାଗଲା । ଶେଷରେ ବରିଷ୍ଠ ସେବକ ନରସିଂହ ପ୍ରସାଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ସଭାପତି ଶ୍ରୀ ଧରୁଆ ସଭାସାଙ୍ଗ ଘୋଷଣା କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦର୍ଶକମାନଙ୍କର ମନକୁ ଆକର୍ଷିତ କରିପାରିଥିଲେ ।
Next Post