lika

ଡେଙ୍ଗ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଇଁତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ସଭାପତିତ୍ୱ ଅନୁସାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସଇଁତଲା ବନାଞ୍ଚଳ ଅଧିକାରୀ ସଂଘମିତ୍ରା ଭୋଇ ଓ ବକ୍ତା ଭାବରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଏସ୍‌ଏସ୍‌ଡିର ପ୍ରଧାନ ଶିକ୍ଷୟିତ୍ରୀ ନିବେଦିତା ହୋତା ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବରେ ସଇଁତଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା. ବିଶ୍ୱଜିତ ଦାଶ, ସଇଁତଲା ବନପାଳ ଆଶୁତୋଷ ମହାକୁର, ସଇଁତଲା ପଂଚାୟତ ସମିତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜ୍ୟୋତିର୍ମୟୀ ମହାପାତ୍ର ଯୋଗ ଦେଇଥିଲେ । ବିଦ୍ୟାଳୟ ପାଇଁ ଉଲ୍ଲେଖନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରତନ କୁମାର ରଣା, ସମାଜ ସେବୀ ବିଘ୍ନରାଜ ରଣା, ସମାଜ ସେବୀ ବିପିନ କୁମାର ନାଗ ପ୍‌ପ୍ରମୁଖଙ୍କୁ ବିଦ୍ୟାଳୟର ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ । ବିଦ୍ୟାଳୟର ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରାପ୍ତ ଦୁଇ ଜଣ ଶିକ୍ଷକ ରାମ ନାରାୟଣ ଦାଶ ଓ ସୁଦର୍ଶନ ଦାଶଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷ ଉତ୍ତମ ଛାତ୍ରୀ ଭାବରେ ମାମୁନି ପ୍ରଧାନକୁ ସର୍ବଶ୍ରେଷ୍ଠ ଛାତ୍ରୀ ପୁରସ୍କାର ଦିଆଗଲା । କାର୍ଯ୍ୟକ୍ରମରେ ଡ଼ା. ବିମ୍ବାଧରୀ ମିଶ୍ର, ଶିକ୍ଷୟିତ୍ରୀ ଜୟନ୍ତୀ ସାହୁ, ଅନୁସୟା ରଣା, ଶିକ୍ଷକ ସମୀର ସେଠି, ଶିକ୍ଷକ ଦୀପକ ସେନ ଧରୁଆ, ଶିକ୍ଷୟିତ୍ରୀ ଗାୟତ୍ରୀ ବାରିକ, ଖେଳ ଶିକ୍ଷୟିତ୍ରୀ ଶିବାନୀ ମଲ୍ଲିକ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଶିକ୍ଷୟିତ୍ରୀ କାନ୍ତି ଭୋଇ, ଶିକ୍ଷୟିତ୍ରୀ ଦ୍ରୌପଦୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିବା ବେଳେ ଶିକ୍ଷକ ଲିଙ୍ଗରାଜ ନନ୍ଦ ଧନ୍ୟବାଦ ଦେଇଥିଲେ ।

babaa
Leave A Reply

Your email address will not be published.