ପଞ୍ଚସଖା ହାଇସ୍କୁଲରେ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ରଙ୍କ ତତ୍ତ୍ୱାବଧାନରେ ଶୁକ୍ରବାର ବିଦ୍ୟାଳୟ ସ୍ତରୀୟ ଭାଷା, ସାହିତ୍ୟ ଓ ସୃଜନଶୀଳତାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ କବିତା, ପ୍ରବନ୍ଧ, କୁଇଜ, ବିତର୍କ, ଓଡ଼ିଆ ଲୋକନୃତ୍ୟ, ଓଡ଼ିଆ ଭକ୍ତି ସଂଗୀତ, କ୍ଷୁଦ୍ର ନାଟକ ଓ ସ୍କ୍ରିପ୍ଟ ଉପରେ ଛାତ୍ରଛାତ୍ରୀମାନେ ଭାଗ ନେଇ ଦକ୍ଷତା ପ୍ରଦର୍ଶନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍‌ ତଥା ସ୍କୁଲ ପ୍ରତିଷ୍ଠାତା ଘନଶ୍ୟାମ ବଗର୍ତ୍ତି, ମୋ ସ୍କୁଲ ସଭାପତି ପଞ୍ଚୁଦେବ ସାହୁ ଉପସ୍ଥିତ ଥିବାବେଳେ ଶିକ୍ଷକ ଅଶୋକ ବିଶ୍ୱାଳ ପରିଚାଳନା ଓ ସୁଶ୍ରୀ ପ୍ରିୟଦର୍ଶିନୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥଲେ । ଏଥିରେ ଶିକ୍ଷକ ବେଣୁଧର ରଣା, ପ୍ରମୋଦ ସାହୁ, ସନ୍ତୋଷ ସେଠୀ, ଶ୍ୟାମସୁନ୍ଦର ପ୍ରତିହାରୀ, ସଞ୍ଜୟ କୁମାର ପାତ୍ର, କନିଷ୍ଠ କରାଣୀ ଦାମୋଦର ଭୋଇ, ବରିଷ୍ଠ କର୍ମଚାରୀ ଧନୁଜୟ ବଗର୍ତ୍ତି, ଗୌରାଙ୍ଗ ଷାଣ୍ଢ ଏବଂ ସମସ୍ତ କର୍ମଚାରୀ ସାହାଯ୍ୟ କରିଥିଲେ ।

Leave A Reply

Your email address will not be published.