oom

ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ, କହିଲେ ମୁଖ୍ୟବକ୍ତା ଆନନ୍ଦ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜିର ଛାତ୍ର ଆସନ୍ତାକାଲିର ସୂର୍ଯ୍ୟୋଦୟ । ଏଣୁ ଉତ୍ତମ ବୌଦ୍ଧିକ ପ୍ରତିପୋଷଣ ଦେଇ ସେମାନଙ୍କୁ ଗଢି ତୋଳିବା ପିତାମାତା ତଥା ଗୁରୁଜନଙ୍କ ପ୍ରଧାନ କର୍ତ୍ତବ୍ୟ ହେବା ଆବଶ୍ୟକ ବୋଲି ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ‘କୋଶଳ ପ୍ରବାହ’ର ସମ୍ପାଦକ ଆନନ୍ଦ ଚନ୍ଦ୍ର ସାହୁ ମତ ରଖିଛନ୍ତି । ସୂଚନାଯୋଗ୍ୟ ଯେ, ଗତକାଲି ଗଇଁନ୍ତଲା ସ୍ଥିତ ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟ ପରିସରରେ ଏହାର ଷଷ୍ଠ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସଭାପତିତ୍ୱ କରିଥିଲେ ବିଦ୍ୟାଳୟ ପରିଚାଳନା ନିର୍ଦ୍ଦେଶକ ଅଶୋକ ମେହେର । ମୁଖ୍ୟ ଅତିଥି ଭାବେ ଡ. ଗୁରୁଶ୍ରୀ ଘାସିରାମ ମିଶ୍ର ମଞ୍ଚ ମଣ୍ଡନ କରି ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ଗଠନ ଦିଗରେ ବୀଣାପାଣି ଶିକ୍ଷା ସୌଧ ଆବାସିକ ବିଦ୍ୟାଳୟର କର୍ତ୍ତବ୍ୟ ପରାୟଣତା ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବରେ ‘ସଞ୍ଜିବନୀ’ର ନିର୍ଦ୍ଦେଶକ ସୁନୀଳ ବେହେରା, ଗଇଁନ୍ତଲା ସରପଞ୍ଚ ଶ୍ରୀମତୀ ସୁଷମା ନାଏକ ଏବଂ ବିଦ୍ୟାଳୟର ପ୍ରଶାସକ ଓ ବୈଜ୍ଞାନିକ ଡା. ବି.ଏନ୍‌. ଶ୍ରୀକାନ୍ତ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତରେ ଜଣେ ସୁନାଗରିକ ହେବା ପାଇଁ ଦିଗ୍‌ଦର୍ଶନ ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ମେହେର ବାର୍ଷିକ ବିବରଣୀ ପ୍ରଦାନ କରିଥିବା ବେଳେ କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ଦ୍ୱାରୀ ମଧ୍ୟ ମଞ୍ଚାସୀନ ଥିଲେ । ମଞ୍ଚ ପରିଚାଳନାର ଦାୟିତ୍ୱ ବହନ କରିଥିଲେ ସମ୍ପାଦକ ଅନ୍ତର୍ଯ୍ୟାମୀ ସାହୁ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଏହି ଅବସରରେ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସମ୍ବଲପୁରୀ ଗୀତର ନୃତ୍ୟ, ହିନ୍ଦୀ ଗୀତର ନୃତ୍ୟ, ଓଡିଶୀ ନୃତ୍ୟ ତଥା ଡ୍ରାମା ଆଦି ସାମିଲ ଥିଲା । ଏହି ବାର୍ଷିକ ଉତ୍ସବରେ ୪ ଶହରୁ ଅଧିକ ଛାତ୍ରଛାତ୍ରୀମାନଙ୍କ ସହ ଅଭିଭାବକ, ଅଭିଭାବିକା, ଅଞ୍ଚଳବାସୀ ତଥା ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ମିତ୍ରଭାନୁ ସାହୁ, ତରଣୀ ସାହୁ, ବିନୟ ସାହୁ, ମାନସ ରଞ୍ଜନ ଥନାପତି, ଅର୍ପିତା ମନହୀରା, ଲିଲି ସାହୁ, ମନ୍ଦାକିନୀ ସାହୁ, ଅନୁସୟା ଚନ୍ଦନ, ଭଗବାନ ସାହୁ ପ୍ରମୁଖ ବିଶେଷ ସହାୟତା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୂରାତନ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

jittmm
Leave A Reply

Your email address will not be published.