oom

ଗୋପବନ୍ଧୁଙ୍କ ଜନ୍ମପୀଠକୁ ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ପରିଦର୍ଶନ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ସୁଆଣ୍ଡୋ ଗ୍ରାମରେ ଥିବା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠକୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର କର୍ମକର୍ତ୍ତା ଶନିବାର ଦିନ ପରିଦର୍ଶନ କରିଥିଲେ । ଗୋପବନ୍ଧୁଙ୍କ ଜନ୍ମପୀଠ, ସୁଆଣ୍ଡୋରେ ଥିବା ଗୋପବନ୍ଧୁ ସଂଗ୍ରହାଳୟ, ଷଠିଘରକୁ ବୁଲି ଦେଖିଥିଲେ । ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ପରେ ଜନ୍ମପୀଠ ପରିଦର୍ଶନ କରିଥିଲେ । ଭାଷା, ସଂସ୍କୃତି ବିଭାଗ ପକ୍ଷରୁ ସଂଗ୍ରହାଳୟ ଦାୟିତ୍ୱରେ ଥିବା ଗାଇଡ ସଂଗ୍ରହାଳୟର ଫଟୋ ଚିତ୍ର ମାଧ୍ୟମରେ ଗୋପବନ୍ଧୁ ଦାସଙ୍କ ଜୀବନୀ ଓ ସବିଶେଷ ସମ୍ପର୍କରେ ବୁଝାଇଥିଲେ । ସେବା ଏବଂ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ଷଠିଘର ପରିଦର୍ଶନ କରାଯାଇଥିଲା । ପୁର୍ଣାବୟବ ମୂର୍ତ୍ତିରେ ପ୍ରତ୍ୟହ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ଷଠିଘର ସମ୍ମୁଖରେ ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମତ ପ୍ରକାଶ ପାଇଥିଲା । ବଙ୍ଗୋମୁଣ୍ଡା ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ସମ୍ପାଦକ ହୁଲେଶ୍ୱର ହଂସ, ଉପସଭାପତି ସୁଶାନ୍ତ ବେହେରା, କୋଷାଧ୍ୟକ୍ଷ ଦୀପକ ଦାସ ଯାଦବ ଏବଂ କାର୍ଯ୍ୟକାରୀ ସଭାପତି ତଥା ବଙ୍ଗୋମୁଣ୍ଡା ବ୍ଲକ ‘ସମାଜ’ ପ୍ରତିନିଧି ଅଶୋକ ନାରାୟଣ ଭୋଇ ପରିଦର୍ଶନ କରି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଶତାୟୁ ଖବରକାଗଜ ଦୈନିକ “ସମାଜ” ଗୋପବନ୍ଧୁଙ୍କ ନିତୀ, ଆଦର୍ଶରେ ଆଗେଇ ଚାଲିଥିବା ବେଳେ ସମାଜର ଦୁସ୍ଥ, ଅସହାୟ, ଗରିବ, ସାଧାରଣ ଲୋକଙ୍କର ସ୍ୱର ହୋଇପାରିଛି । ସଙ୍ଘ ପକ୍ଷରୁ ଲୋକସେବକ ମଣ୍ଡଳକୁ କୃତଜ୍ଞତା ପ୍ରଦାନ କରିବା ସହ ଆଗାମୀ ଦିନରେ ବଙ୍ଗୋମୁଣ୍ଡା ଠାରେ ପୁଣ୍ୟତ୍ମା ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସମ୍ପର୍କରେ ଆଲୋଚନା କରାଯାଇଥିଲ। ।

jittmm
Leave A Reply

Your email address will not be published.