oom

ବାଙ୍କେଲ ପଞ୍ଚାୟତର ୮ଟି ରାଜସ୍ଵ ଗ୍ରାମକୁ ବୃହତ ଉଠା ଜଳସେଚନ ପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଦସ୍ୟ ହଂସରାଜ ଜୈନଙ୍କ ବାରମ୍ବାର ନିବେଦନକୁ ରକ୍ଷା କରି ଏବଂ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ସହଯୋଗରେ ମୁରିବାହାଲ ବ୍ଲକ ବାଙ୍କେଲ ପଞ୍ଚାୟତର ଆଠ ଗୋଟି ରାଜସ୍ୱ ଗ୍ରାମକୁ ବୃହତ ଉଠା ଜଳସେଚନ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ଵାରା ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଶ୍ରୀ ଜୈନ ସାଙ୍ଗରେ ରହି ନିର୍ବାହୀ ଯନ୍ତ୍ରୀଙ୍କୁ ଏଥିରେ ସାହାଯ୍ୟ ସହଯୋଗ କରିଛନ୍ତି ଏବଂ ଶୀଘ୍ର ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାକୁ ଓଡିଶା ସରକାରଙ୍କୁ ନିବେଦନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ପ୍ରକାଶ ଥାଉକି ପୂର୍ବରୁ ଶ୍ରୀ ଜୈନ ବାଙ୍କେଲଠାରୁ ଶହ ଶହ ଲୋକଙ୍କ ସହିତ ଏହି ପ୍ରକଳ୍ପ ପାଇଁ ପଦଯାତ୍ରା କରି ଜଳସମ୍ପଦ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁଙ୍କୁ ସବୁଦିନିଆ ଜଳସେଚନ ସୁବିଧା ପାଇଁ ଲିଖିତ ନିବେଦନ କରିଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ତରଫରୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ଜଳସମ୍ପଦ ମନ୍ତ୍ରୀଙ୍କୁ ମଧ୍ୟ ଶ୍ରୀ ଜୈନ ଧନ୍ୟବାଦ ଦେଇଥିଲେ ଏବଂ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ ପାଇଁ ପୁଣି ନିବେଦନ କରିବେ ବୋଲି କହିଥିଲେ ।

jittmm
Leave A Reply

Your email address will not be published.