କୁଶଙ୍ଗ ଡିଗ୍ରୀ କଲେଜରେ ମାଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଉଦଘାଟିତ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ଜିଲ୍ଲାର ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ କୁଶଙ୍ଗ ପରିସରରେ ସ୍ୱତନ୍ତ୍ର ଜାତୀୟ ସେବା ଶିବିରର ମାଆଁ ନାମରେ ଗଛଟିଏ କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ଡ.ଅଜିତ କୁମାର ଭୋଇଙ୍କ ଦ୍ୱାରା ଉଦଘାଟିତ ହୋଇ ଯାଇଛି । ଏଥିରେ ପ୍ରାୟ ଷାଠିଏ ଜଣ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିଲେ । ଏଇ ଅବସରରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇ ବୃକ୍ଷର ମହତ୍ତ୍ୱ ଉପରେ ବିଶେଷ ଆଲୋଚନା ହୋଇଥିଲା । ପିଲାମାନେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଡ.ଲକ୍ଷ୍ମଣ ମେହେର ପରିଚାଳନା କରିଥିଲେ । ଏଥିରେ ବରିଷ୍ଠ ଅଧ୍ୟାପକ ଶମ୍ଭୁ ପ୍ରସାଦ ସାହୁ, ଅନନ୍ତ କୁମାର ଆର୍ଯ୍ୟ, ବିଜ୍ଞଶ୍ରୀ ଗୁରୁ, ପ୍ରମୋଦ ମହାକୁର ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଏଇ କାର୍ଯ୍ୟକ୍ରମଟି ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କଲେଜ ପକ୍ଷରୁ ଘୋଷଣା କରାଯାଇଛି ।

Leave A Reply

Your email address will not be published.