
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ମନ୍ଦିରରେ ଦେବସ୍ନାନ ପୂଣ୍ଣିମା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ତିନି ଠାକୁରଙ୍କୁ ପହଣ୍ତି କରାଯାଇ ସ୍ନାନ ମଣ୍ତପକୁ ଅଣାଯାଇଥିଲା । ସେଠାରେ ତିନି ଠାକୁରଙ୍କୁ ପୂଜା କରାଯିବା ପରେ ରୀତିନୀତି ଅନୁସାରେ ହୋମ ଆଳତୀ କରାଯାଇଥିଲା । ୧୦୮ କଳସ ପାଣିରେ ଏକ ପିତଳ ହଣ୍ତାରେ ଭର୍ତ୍ତୀ କରି ହଳଦୀ, ଅଗୃର, ଚନ୍ଦନ, ଇତ୍ୟାଦି ସୁବାସିତ ଜଳ ମିସାଇ ପ୍ରସ୍ତୁତ କରି ମନ୍ତ୍ର ଉଚ୍ଚାରଣ ସହ ତିନି ଠାକୁରଙ୍କୁ ପ୍ରଥମେ ମୂଖ୍ୟ ପୂଜକ ସ୍ନାନ କରାଇଲା ପରେ ଉପସ୍ଥିତ ସମସ୍ତ ଭକ୍ତବୃନ୍ଦ ଥିଲେ । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପ୍ରଧାନ ଏହି ଉତ୍ସବକୁ ପରିଚାଳନା କରିଥିଲେ । ପ୍ରଥମେ ମନ୍ଦିର କର୍ମଚାରୀ ମାନେ ଓ ପରେ ଉପସ୍ଥିତ ଭକ୍ତମାନେ ସ୍ନାନ କରାଇଥିଲେ । ନୃସିଂହନାଥ ବ୍ରାହ୍ମଣ ସମାଜ ସଭାପତି ଗିରିଶ ଚନ୍ଦ୍ର ନାୟକ, ମାତୃପ୍ରସାଦ ରଥ, ମନ୍ଦିର ସେବାୟତ, ସୁବୋଧ ପଣ୍ତା, ଜେକି ସରାଫ ପ୍ରମୁଖ ଯୋଗଦାନ କରି ତନି ଠାକୁରଙ୍କୁ ସ୍ନାନ କରାଇଥିଲେ । କୁଳ ପୁରୋହିତ ସୁନିଲ ପୁରୋହିତ, ସତ୍ୟ ପୁରୋହିତ, ପୂଜକ ସିର୍ଦ୍ଦାଥ ପୁରୋହିତ, ସୁଜ୍ଞାନ୍ତ ତ୍ରିପାଠୀ, ମନମିତ ପୁରୋହିତ, ଶୁଭମ ପୁଝାରୀ ପୁଜା କାର୍ଯ୍ୟରେ ସହଯୋଗ କରିଥିଲେ । ଏହି ସ୍ନାନ ଉତ୍ସବ ବହୁ ସଂଖ୍ୟାରେ ଭକ୍ତମାନେ ଯୋଗଦାନ କରିଥିଲେ ।