ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨ ସ୍ଥିତ ଡିସୌଜା ସ୍କୁଲର ୬୭ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷ ଆଲେକଜାଣ୍ଡାର ଡିସୌଜାଙ୍କ ଅଧ୍ୟକ୍ଷତା, ନିର୍ଦ୍ଦେଶିକା ଆନାବେଲା ଡିସୌଜା ଓ ଅଧ୍ୟକ୍ଷା ଜ୍ୟୋତି ଗୁରୱାରାଙ୍କ ଆବାହକତ୍ଵରେ ଆୟୋଜିତ ଏହି ଉତ୍ସବରେ ଆର୍ଏସ୍ପି ସହର ସେବା ପ୍ରଶାସନର ମୁଖ୍ୟ ମହାପ୍ରବନ୍ଧକ ତପନ କୁମାର ଜି କାନେକର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ନାଜିମା କାନେକର, ସ୍ୱତନ୍ତ୍ର ଅତିଥି ଭାବେ ସିଦ୍ଧାର୍ଥ ରଥ, ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ, ଡ଼ଃ. ଅଞ୍ଜନା ମୈତ୍ର, ରାଜଲକ୍ଷ୍ମୀ ସୂତାର, ନଳିନୀ ସୂତାର, ବନ୍ଦିତା ମହତୋ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ କାନେକର ତାଙ୍କ ବକ୍ତବ୍ୟରେ କହିଲେ ଯେ, ଛାତ୍ରଙ୍କ ଜୀବନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହାସହ ଶୃଙ୍ଖଳା, ଦାୟିତ୍ୱବୋଧ, ପ୍ରତିବଦ୍ଧତା ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱାରୋପ କରିବା ସହ ଅଭିଭାବକ ମାନଙ୍କ କର୍ତ୍ତବ୍ୟ ଉପରେ ଆଲୋଚନା କରିଥିଲେ । ଅଧ୍ୟକ୍ଷ ଶ୍ରୀ ଡିସୌଜା ତାଙ୍କ ବକ୍ତବ୍ୟରେ ଚରିତ୍ର ଗଠନ, ଶୃଙ୍ଖଳା ଓ ସ୍କୁଲର ସୁମଣିଷ ଗଠନରେ ନିରନ୍ତର ପ୍ରୟାସ ଉପରେ ଆଲୋଚନା କରିଥିଲେ । ଅଧ୍ୟକ୍ଷା ଶ୍ରୀମତୀ ଗୁରୁୱାରା ସ୍ୱାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀମାନେ କ୍ରୀଡା କସରତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସେହିପରି ପରୀକ୍ଷା ଓ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶିକ୍ଷୟିତ୍ରୀ ତନୁଶ୍ରୀ ନିଓଗୀ ଓ ଶର୍ବାଣୀ ଦାସ ମଞ୍ଚ ସଂଯୋଜନା କରିଥିବା ବେଳେ ମୌସୁମୀ ଦେ, ପ୍ରଦୀପ କୌର, କାକଳୀ ଦାସ, ନମିତା ମିଶ୍ର, ମୌମିତା ବାନାର୍ଜୀ, ତବରାଜ ଆଲାମ, ଅନିଲ ସାହୁ, ସୁଧାଂଶୁ ପଣ୍ଡା, ସ୍ୱାତୀ ଶର୍ମା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ଅଭିଭାବକମାନେ ଯୋଗଦେଇଥିଲା ବେଳେ ଶେଷରେ ଜାତୀୟ ସଂଗୀତ ଗାନ କରାଯାଇ କାର୍ଯ୍ୟକ୍ରମର ପରିସମାପ୍ତି କରାଯାଇଥିଲା ।
Next Post