- ଚାଷୀଙ୍କୁ ବାଣ୍ଟିଲେ ଆଳୁ ବିହନ
- ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ
ତୁରେକେଲା, (ପିତାମ୍ବର ଦୀପ) : ରାଜ୍ୟରେ ଆଳୁ ସଙ୍କଟ ଦୂର କରିବାକୁ ଚଳିତ ରାଜ୍ୟ ପ୍ରୟାସ ଆରମ୍ଭ କରିଛନ୍ତି । ଆଜି କଣ୍ଟାବାଞ୍ଜି ଆର୍ଏମ୍ସି ପ୍ରାଙ୍ଗଣରେ ଆଳୁ ବିହନ ବିତରଣର କାର୍ଯ୍ୟକ୍ରମ ହୋଇଥିଲା । ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କରିଥିଲେ । ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ, ବଲାଙ୍ଗିର ଏସ୍ପି, ଟିଟିଲାଗଡ଼ ଉପଜିଲ୍ଲପାଳ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟରେ କିଛି ମାସ ଆଗରୁ ଆଳୁ ସଙ୍କଟ ଦେଖା ଦେଇଥିଲା । ସରକାର ପଶ୍ଚିମ ବଙ୍ଗାଳକୁ ଆଳୁ ମାଗିଥିବା ବେଳେ ବଙ୍ଗାଳ ସରକାର ଆଳୁ ଦେବାକୁ ମନା କରିଦେଇଥିଲା । ତେଣୁ ଆଗକୁ ଯେମିତି ଆଳୁ ସଙ୍କଟ ନହେବ ତେଣୁ ଏଠିକାର ଚାଷୀ ଆଳୁ ଚାଷ କରିବେ ସେ ନେଇ ସରକାର ଉଦ୍ୟମ ଆରମ୍ଭ କରିଛି । ଗତ ସରକାର ଆଳୁ ବାହାରିବା ସମୟରେ ଆଳୁ ବିହନ ବଣ୍ଟନ କରିଥିଲେ । ତା’ ପାଇଁ ଆଳୁ ଚାଷ ଠିକ୍ରେ ହୋଇନଥିଲା । ଆମର ସରକାର ଚାଷ ହେବା ଆରମ୍ଭ ହେବା ପୂର୍ବରୁ ଚାଷୀ ମାନଙ୍କୁ ଆଳୁ ବିହନ ବଣ୍ଟନ କରିଛୁ । ରାଜ୍ୟରେ ଆଳୁ ଚାଷ ଠିକ୍ ସମୟରେ ହେଲେ ଆଗକୁ ଆଳୁ ସଙ୍କଟ ଦେଖାଯିବ ନାହିଁ ବୋଲି କୃଷି ମନ୍ତ୍ରୀ କହିଛନ୍ତି । ବର୍ତମାନ ୩୦ଟି ଜିଲ୍ଲାରେ ଆଳୁ ବିହନ ବଣ୍ଟନର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଗତ କିଛି ବର୍ଷ ଅପେକ୍ଷା ଏଥର ୩ ଗୁଣା ଆଳୁ ଚାଷ କରାଯିବ । ସବୁ ଜିଲ୍ଲାରେ ୧୪ ହଜାର ହେକ୍ଟର ଜମିରେ ଆଳୁ ଚାଷ କରାଯିବ । ଏକ ସପ୍ତାହ ମଧ୍ୟରେ ଆଳୁ ଚାଷ ଆରମ୍ଭ ହୋଇଯିବ ସେନେଇ ଉଦ୍ୟମ ଜାରି ରହିଥିବା ଉଦ୍ୟାନ ବିଭାଗ ର୍ନିର୍ଦ୍ଦଶ ନିଖିଳ ପବନ କଲ୍ୟାନ କହିଛନ୍ତି ।