ommm
jittmm

ପୁରୀ ସମୁଦ୍ରରେ ସ୍ପିଡ୍ ବୋଟ୍ ଦୁର୍ଘଟଣାର ହେବ ତଦନ୍ତ : ଉପ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ପୁରୀ : ପୁରୀ ସମୁଦ୍ରରେ ସ୍ପିଡ୍ ବୋଟ୍ ଦୁର୍ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ରବିବାର ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି ଓ ଭାଉଜ ଅର୍ପିତା ଗାଙ୍ଗୁଲି ସ୍ପିଡ୍ ବୋଟ୍ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିବା ପରେ ଘଟଣାକୁ ନେଇ ବିଭିନ୍ନ ମହଲରେ ଉଦବେଗ ପ୍ରକାଶ ପାଇଛି । ଏମିତିରେ ଘଟଣା ତଦନ୍ତ କରାଯିବା ନେଇ କହିଛନ୍ତି ଜିଲ୍ଲାପାଳ । ଜିଲ୍ଲାପାଳ କହିଛନ୍ତି, ପ୍ରାଥମିକ ତଦନ୍ତରୁ ଯାହା ଜଣାପଡ଼ୁଛି ଜଳକ୍ରୀଡ଼ା ପାଇଁ ସ୍କାଏ ଡ୍ରାଇଭ୍ କମ୍ପାନୀକୁ ମଙ୍ଗଳା ମୁହାଣ ନିକଟରେ ଅନୁମତି ରହିଛି । ହେଲେ ଏହାର ଉଲଂଘନ କରି ସମୁଦ୍ରରେ ଜଳକ୍ରୀଡ଼ା କରିଥିଲେ । ଆଗକୁ ବିଚ୍ ମ୍ୟାନେଜମେଣ୍ଟ ବୈଠକରେ ଏହା ଉପରେ ଆଲୋଚନା କରାଯାଇ ସ୍କାଏ ଡ୍ରାଇଭ୍ ସଂସ୍ଥାର ଲାଇସେନ୍ସ ବାତିଲ ପାଇଁ ପଦକ୍ଷେପ ନିଆଯିବ ।

Leave A Reply

Your email address will not be published.