ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ତରଫରୁ ଖୁସି ଓ ଶାନ୍ତି ରହିବାର ଉପାୟ ଉପରେ ଏକ କର୍ମଶାଳା ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ନିର୍ଦ୍ଦେଶକ କ୍ୟାପଟେନ ଆଲୋକେଶ ସେନ୍ ଓ ଯଶବିନ୍ଦର କୌରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନାର ସିଜିଏମ ଡ. ଗିରିଜା ଶଙ୍କର ଦାସ ଓ ଚନ୍ଦ୍ରଚୁଡ ପାଣିଗ୍ରାହୀ ଯୋଗଗୁରୁ ଭାବେ ଯୋଗଦେଇ ମାର୍ଗଦର୍ଶନ ଦେଇଥିଲେ । ଡ. ଦାସ ଓ ଶ୍ରୀ ପାଣିଗ୍ରାହୀ ଆର୍ଟ ଅଫ ଲିଭିଙ୍ଗ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଶିକ୍ଷୟିତ୍ରୀ ମାନଙ୍କୁ ଖୁସି ଓ ଶାନ୍ତି ରହିବାର ଉପାୟ, କିପରି ନିଜେ ଖୁସି ରହିଲେ ଅନ୍ୟକୁ ଖୁସିରେ ରଖିପାରିବା ଓ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ସୁଦର୍ଶନ କ୍ରିୟା ତଥା ଜୀବନ ବଞ୍ଚିବାର କଳା ଶିକ୍ଷା ସମ୍ପର୍କରେ ଶିକ୍ଷା ପ୍ରଦାନ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଡ. ଖୁସବୁ ଜ୍ୟୋତି, ଶିକ୍ଷୟିତ୍ରୀ ପ୍ରତିମା ସାହୁ, ମୀନାକ୍ଷୀ ପାଢ଼ୀ, ଶିବଦତ୍ତ ନାୟକ, ଶିବାନୀ ବହିଦାର, ଲୋପାମୁଦ୍ରା ମହାନ୍ତି, ଶୁଭଶ୍ରୀ ସାମଲ, ଆରତୀ ସିଂ, ମୁକ୍ତାଞ୍ଜଳୀ ମିଶ୍ର, ମୋନାଲିସା ପଟ୍ଟନାୟକ, ଆରତୀ ବେହେରା, ବନ୍ଦିତା ନାୟକ, ନୟନା ବେହୁରିଆ, ମଞ୍ଜୁଲତା ମୋହିନୀ, ସୁପ୍ରିୟା ସାମଲ, ସୁଶ୍ରିତା ପଟ୍ଟନାୟକ, ବୃନ୍ଦା ଚନ୍ଦା, ବିଜୟଲକ୍ଷ୍ମୀ ପାତ୍ର, ପ୍ରଶାନ୍ତି ଘଡେଇ, ଦେବସ୍ମିତା ପାଣିଗ୍ରାହୀ ପ୍ରମୁଖ ଏହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଧ୍ୟକ୍ଷା ଡ. ଜ୍ୟୋତି ଧନ୍ୟବାଦ ଅର୍ପଣ କରିଥିଲେ ।