ଉପରମୁହାଁ କରୋନା : ଆଜି ରାଜ୍ୟରେ ୧୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ, ଶୀର୍ଷରେ ସୁନ୍ଦରଗଡ଼ ଜିଲ୍ଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୧୩୭୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୮ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୫୭୧ ଜଣ ଆଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୭, ବାଲେଶ୍ୱରରୁ ୩୩, ବରଗଡ଼ରୁ ୬୮, ଭଦ୍ରକରୁ ୩୬, ବଲାଙ୍ଗିରରୁ ୫୪, ବୌଦ୍ଧରୁ ୧, କଟକରୁ ୫୬, ଦେବଗଡ଼ରୁ ୪, ଢେ଼ଙ୍କାନାଳରୁ ୪, ଗଜପତିରୁ ୩, ଗଂଜାମରୁ ୩୧, ଜଗତସିଂହପୁରରୁ ୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୪୨, କଳାହାଣ୍ଡିରୁ ୩୦, କନ୍ଧମାଳରୁ ୧୦, କେନ୍ଦ୍ରାପଡ଼ାରୁ ୬, କେଉଁଝରରୁ ୩୦, ଖୋର୍ଦ୍ଧାରୁ ୧୫୮, କୋରାପୁଟରୁ ୯,ମାଲକାନଗିରରୁ ୪, ମୟୁରଭଂଜରୁ ୪୯, ନବରଂଗପୁରରୁ ୭୧, ନୟାଗଡ଼ରୁ ୧୮, ନୂଆପଡ଼ାରୁ ୯୦, ପୁରୀରୁ ୪୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୮୬, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୩୧୭ ଓ ଷ୍ଟେଟ ପୁଲ୍‌ରୁ ୩୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୩୪୯୫୬୧ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩୩୯୬୦୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ରାଜ୍ୟରେ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯୭୯ ରହିଛି ।

Leave A Reply

Your email address will not be published.