ବଣାଇ ଉପଖଣ୍ଡରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ

ବଣାଇ, (ହବିବ ମହମ୍ମଦ ଖାନ) : ଗୁରୁବାର ଓଡିଶା ର ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏକ ସରକାରୀ ଗସ୍ତରେ ହେଲିକେପ୍‌ଟର୍‌ ଯୋଗେ ଅପରାହ୍ନରେ ବାବୁନୁଆଗାଁ ସ୍କୁଲ ଖେଳ ପଡିଆରେ ଅବତରଣ କରିଥିଲେ । ବଣାଇ ଉପଖଣ୍ଡର ସାହସ୍ରାଧିକ ଜନତା ସଭାସ୍ଥଳରେ ତାଙ୍କୁ ଶଙ୍ଖ ହୁଳହୁଳି ଦେଇ ସ୍ୱାଗତ କରିଥିଲେ । ଶ୍ରୀ ପାଣ୍ଡିଆନ ଗତ ମାର୍ଚ୍ଚ ମାସରେ ଆସି ବିଭିନ୍ନ ୫-ଟି ଯୋଜନାର ଉଦ୍‌ଘାଟନ କରିଯାଇଥିଲେ । ସେ କାମ ଗୁଡିକର ଅଗ୍ରଗତି ବାବଦରେ ଜନତାଙ୍କୁ ପଚାରି ବୁଝିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିଜୁ ସ୍ୱାସ୍ଥ୍ୟ ଯୋଜନା ପ୍ରତି ପଂଚାୟତରେ ବ୍ୟାଙ୍କିଙ୍ଗ ସୁବିଧା ଏବଂ ଲକ୍ଷ୍ମୀ ବସ୍‌ ଯୋଜନା ଅତି ଶୀଘ୍ର ସୁନ୍ଦରଗଡ଼ ଜିଲ୍ଲାରେ କାରର୍ଯ୍ୟକାରୀ କରାଯିବା କଥା କହିଥିଲେ । ଆଦିବାସୀ ଅଧ୍ୟୁଷିତ ଗୁରୁଣ୍ଡିଆ ବ୍ଲକରେ ଏକ ସରକାରୀ କଲେଜ ପ୍ରତିଷ୍ଠା, ମନ୍ଦିର, ମସଜିଦ, ଗୀର୍ଜା ଘର ଏବଂ କମ୍ୟୁନିଟି ସେଣ୍ଟର ଗୁଡିକର ପୁନଃ ଉତ୍ଥାନ କାମ ଅତିଶୀଘ୍ର କରାଯିବା କଥାକୁ ଉଲ୍ଲେଖ କରିଥିଲେ । ବଣାଇ ବାସୀ ଖୁସି ହୋଇଥାନ୍ତେ ଯଦି ବଣାଇ ଉପଖଣ୍ଡର ସର୍ବ ପୁରାତନ କଲେଜ ସରକାର ହାତକୁ ନେଇଥାନ୍ତେ । ହେଲେ ଶ୍ରୀ ପାଣ୍ଡିଆନ କଲେଜକୁ ଅର୍ଥ ପ୍ରଦାନ କଥା କହିଲେ ତେଣୁ ବଣାଇ ଜନତା ତାଙ୍କୁ ଏ ବାବଦରେ ଟିକେ ପୁନଃ ବିଚାର କରି ବଣାଇ ମହାବିଦ୍ୟାଳୟକୁ ସରକାରୀ କରିବାକୁ ତାଙ୍କୁ ନିବେଦନ କରିବେ ବୋଲି ସଜ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.