mm

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ପାଇବେ ସମ୍ମାନଜନକ ଡକ୍ଟରେଟ ଉପାଧି

ତରଭା, (କେପିଏନ୍‌ଏସ୍‌) : ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା ତରଫରୁ ସମ୍ମାନସୂଚକ ଡକ୍ଟରେଟ ଉପାଧି ପାଇବେ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକ । କଶଳାଞ୍ଚଳର କଳା, ସାହିତ୍ୟ, ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ସହରର ଜଣାଶୁଣା କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାର ନାଏକଙ୍କୁ ୱାର୍ଲଡ ଚେରିଟି ୱେଲଫେୟାର ଫାଉଣ୍ଡେସନ, ନୂଆଦିଲ୍ଲୀ ଦ୍ୱାରା ଉକ୍ତ ଉପାଧି ନିମନ୍ତେ ମନୋନୀତ କରାଯାଇଛି । ଆସନ୍ତା ୩୧ ତାରିଖ ପୁରୀ ଟାଉନ ହଲଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଏହି ଉପାଧି ଗ୍ରହଣ କରିବା ପାଇଁଁ ଦେବେନ୍ଦ୍ର କୁମାରଙ୍କୁ ଏକ ପତ୍ର ମାଧ୍ୟମରେ ଫାଉଣ୍ଡେସନ ତରଫରୁ ସୂଚନା ଦିଆଯାଇଛି । କୋଶଲୀ ଭାଷା, ସାହିତ୍ୟ, ସଂସ୍କୃତିର ପୁନରୁଦ୍ଧାର ଉଦ୍ଦେଶ୍ୟରେ କୋଶଳ ସାହିତ୍ୟ ଏକାଡେମୀ ମାଧ୍ୟମରେ ବିଭିନ୍ନ ସଭାସମିତି, ଆଲୋଚନା ଚକ୍ରର ଆୟୋଜନ କରି ବେଶ ଚର୍ଚ୍ଚାରେ ରହି ଆସିଛନ୍ତି ସେ । ଏପରିକି କୋଶଳାଞ୍ଚଳର ମୌଖିକ ତଥା ପ୍ରମୁଖ ଭାଷା କୋସଲୀକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ସକାଶେ ନିରବଚ୍ଛିନ୍ନ ପ୍ରୟାସ ଜାରି ରଖିଛନ୍ତି । ସୂଚନାଯୋଗ୍ୟ ଯେ ଏ ଅଞ୍ଚଳର କଳା, ସାହିତ୍ୟ, ସଂସ୍କୃତିର ପ୍ରଚାର ପ୍ରସାର କରି ଓଡ଼ିଶାର କୋଣ ଅନୁକୋଣରେ ଥିବା ଶତାଧିକ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇ ଆସୁଛନ୍ତି ସାହିତ୍ୟିକ ଦେବେନ୍ଦ୍ର କୁମାର ।

Leave A Reply

Your email address will not be published.