ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଆଇନଜୀବୀ ପ୍ରଶାନ୍ତ କୁମାର ନାୟକଙ୍କୁ ସମାଜସେବା କ୍ଷେତ୍ରରେ ଡ଼କ୍ଟରେଟ ଉପାଧି ମିଳିଥିବା ଜଣାପଡ଼ିଛି । ଯାହାକୁନେଇ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ସେ ଗଞ୍ଜାମ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇ ରାଜନୀତି କ୍ଷେତ୍ରରେ ଏଣ୍ଟ୍ରି ମାରିଥିଲେ । ସେହିଦିନ ଠାରୁ ସାମୂହିକ ବିକାଶ କର୍ଯ୍ୟ ପାଇଁ ମନ ନିବେଶ କରି ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରି ଉଚ୍ଚ ପ୍ରଶଂସନୀୟ ହୋଇପାରିଛନ୍ତି । ସେ ବର୍ତ୍ତମାନ ରାଜ୍ୟ ଫୁଡ୍ କର୍ପୋରେସନ୍ ଇଣ୍ଡିଆର ସଦସ୍ୟ, ରାଜ୍ୟ ଓବିସି ମୋର୍ଚ୍ଚାର ଉପସଭାପତି ରହିଥିବା ବେଳେ ଭାଜପାର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱରେ ରହିଛନ୍ତି ।