ppurohit

ନୃସିଂହନାଥ ଅଂଚଳରେରେ ମାଙ୍କଡ ଉପଦ୍ରବ

2nd

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ନୃସିଂହନାଥ ଅଞ୍ଚରେ କିଛି ଦିନ ହେଲା ହନୁମାଙ୍କଡ ଓ ପାତି ମାଙ୍କଡମାନଙ୍କର ଉପଦ୍ରବ ଯୋଗୁଁ ଅଞ୍ଚଳବାସୀ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛନ୍ତି । ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ମାଙ୍କଡମାନେ ଗାଁ ମୁହାଁ ହେଉଛନ୍ତି । ନିକଟସ୍ଥ ସଂସ୍କୁତ ହାଇସ୍କୁଲ, ଆୟୁର୍ବେଦ କଲେଜ, କସ୍ତୁରବା ଗାନ୍ଧୀ ମାତୃନିକେତନ, ଆଶ୍ରମ ଆବାସିକ ହାଇସ୍କୁଲ ତଥା ଜର୍ଜଗଡରେ ମାଙ୍କଡ ଉପଦ୍ରବ ବହୁତ ପରିମାଣରେ ବଢି ଯାଇଛି, ସ୍କୁଲ କଲେଜ ରେ ମାଙ୍କଡମାନେ ଛାତ୍ର ଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛନ୍ତି, ଏଥିସହ ସାଧାରଣ ଲୋକଙ୍କୁ ଆକ୍ରମଣ କରୁଛନ୍ତି । ବୁଧବାର ଜର୍ଜ ଗଡ଼ ଗାଁର ଜଣେ ବାଳକ ଓ ଜଣେ ମହିଳାଙ୍କୁ ଆକ୍ରମଣ ଯୋଗୁଁ ପାଇକମାଳ ଚିକିତ୍ସାଳୟରେ ଭର୍ତି କରାଯାଇ ଚିକିତ୍ସା କରାଯଇଥିଲା । ଗ୍ରାମବାସୀ ତଥା ତଥା ଛୋଟ ଛୋଟ ଶିଶୁମାନେ ଭୟରେ ଘର ବାହାରୁ ନାହାଁନ୍ତି । ଏନେଇ ବନ ବିଭାଗ ମାଙ୍କଡମାନଙ୍କୁ ଘୋଡାଇବା ବ୍ୟବସ୍ଥା ନକଲେ ଆଗମୀ ଦିନରେ ଲୋକଙ୍କ ସୁରକ୍ଷା ପ୍ରତି ବିପଦ ଦେଖାଦେବ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀ ମାନେ ନୃସିଂହନାଥ ରେଞ୍ଜର ହୃଦାନନ୍ଦ ମିଶ୍ରଙ୍କୁ ଲିଖିତ ଅଭିଯୋଗ ଦେବା ସହ ମାଙ୍କଡମାନଙ୍କୁ ବିତାଡିତ କରିବାକୁ ଦାବି କରିଛନ୍ତି । ସେ ମଧ୍ୟ ମାଙ୍କଡ ମାନଙ୍କର ଦୌରାତ୍ମ ବିଷୟରେ ଅବଗତ ଅଛନ୍ତି ବୋଲି କହିଥିଲେ । ବରଗଡ ଡିଏଫଓଙ୍କ ସହ ଯୋଗାଯୋଗ କରି ସମାଧାନ କରିବୁ ବୋଲି ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି ରେଞ୍ଜର ଶ୍ରୀ ମିଶ୍ର । ପାଇକମାଲ ଚିକିତ୍ସାଲୟରେ ପ୍ରତିଦିନ ପ୍ରାୟ ୧୦ ଜଣଙ୍କୁ ଏନେଇ ‘ଚିକିତ୍ସା ସହ ଇଞ୍ଜେକକ୍ସନ ଦିଆ ଯାଉଥିବା ଜଣା ପଡିଛି ।

Leave A Reply

Your email address will not be published.