oom

ବଟେଶ୍ଵର ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ଅନୁଧ୍ୟାନ କଲା ଭଦ୍ରକ ଜିଲ୍ଲା ଟିମ୍‌

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ କଣ୍ଟିଆଗଡ଼ ସ୍ଥିତ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ଠାରେ ଭଦ୍ରକ ଜିଲ୍ଲାର ଏକ ୨୫ ଜଣିଆ ଟିମ ଗତକାଲି ଭଦ୍ରକ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଧେଶକ (ପିଡି)ଇନ୍ଦ୍ରମଣି ନାୟକଙ୍କ ନେତୃତ୍ୱରେ ଭଦ୍ରକ ଜିଲ୍ଲା ପ୍ରଶାସନର ଏକ ୨୫ ଜଣିଆ ପ୍ରତିନିଧି ଦଳ ଗଞ୍ଜାମ ବ୍ଲକ ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରିଥିଲେ । ଏହି ପ୍ରତିନିଧି ଦଳ ପ୍ରସିଦ୍ଧ ବଟେଶ୍ୱର ଶୈବପୀଠ ପରିସରରେ ରହିଥିବା କଲ୍ୟାଣ ମଣ୍ଡପ, ଆଦର୍ଶ ପୁଷ୍କରିଣୀ, ଶିଶୁ ଉଦ୍ୟାନ, ସ୍ମାର୍ଟ୍ ପାର୍କ, ଓପେନ୍ ଜିମ୍ ସେଣ୍ଟର୍, ସମୁଦ୍ରକୂଳ ଏବଂ ବଟେଶ୍ୱର ମନ୍ଦିର ଓ ମନ୍ଦିର ଚତୁର୍ପାଶ୍ୱର୍ରେ ନୂତନ ଭାବେ ପଥର ଖଣ୍ଡ ଦ୍ୱାରା ନିର୍ମିତ ପାହାଚ ଓ ତାହାର ନିର୍ମାଣ ଶୈଳୀ ଦେଖି ମନ୍ଦିର ପରିଚାଳନା କମିଟିର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ପାଳିବନ୍ଧ ସରପଞ୍ଚ ଦିଲିପ୍ କୁମାର ଛୋଟରାୟ, ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ୍ ରାୟ, ମନ୍ଦିର ପରିଚାଳନା କମିଟି ଉପସଭାପତି ଶବର କୁମାର ତରାଇ, ସମ୍ପାଦକ ରଞ୍ଜିତ କୁମାର ପଲାଇ, ଶିବ ପ୍ରସାଦ ସ୍ୱାଇଁ, ନିରାକାର ଜେନା ପ୍ରମୁଖ ସେଠାରେ ଭଦ୍ରକ ଜିଲ୍ଲାରୁ ଆସିଥିବା ବିଭିନ୍ନ ପଦାଧିକାରୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ବିଡିଓ ଏବଂ ଗ୍ରାମବାସୀ, ସରପଞ୍ଚଙ୍କ ସହଯୋଗରୁ ଏପରି ଅତି କମ ଅର୍ଥରେ ଏତେ ସୁନ୍ଦର ସୁନ୍ଦର ବିରାଟ ପ୍ରକଳ୍ପ ଗୁଡ଼ିକ ସମ୍ଭବ ହୋଇପାରୁଥିବା ଦେଖି ପ୍ରତିନିଧି ଦଳ ଖୁସିବ୍ୟକ୍ତ କରିଥିଲେ । ଏହି ପ୍ରତିନିଧି ଦଳରେ ବାସୁଦେବପୁରର ପ୍ରଣବ କୁମାର ବେହେରା, ଭଦ୍ରକର ମନୋଜ କୁମାର ଜେନା, ଭଣ୍ଡାରିପୋଖରୀର ଦେବଦତ୍ତ ଦାସ, ବନ୍ତର ଅଙ୍କିତା ବେହେରା, ନାଉଳିର ଜ୍ୟୋତି ପ୍ରକାଶ ଦାଶ, ଧାମ୍ ନଗରର ଦୁର୍ଗା ଚରଣ ମୁର୍ମୁ, ତିହିଡିର ବସନ୍ତ କୁମାର ସାବତ ପ୍ରମୁଖ ସାତ ଜଣ ବିଡ଼ିଓ, ଡିଆର୍‌ଡିଏର ଆସିଷ୍ଟାଣ୍ଡ ଇଞ୍ଜିନିୟର ଓଜେଇ ମାନେ ଏହି ୨୫ ଜଣିଆ ଟିମ୍‌ ପରିଦର୍ଶନରେ ଆସି ବିଭିନ୍ନ ପ୍ରକଳ୍ପର ଅନୁଧ୍ୟାନ କରିଥିଲେ । ସେହିପରି ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତର ସତୃଷୋଲ ଗ୍ରାମରେ ଆଦର୍ଶ କୁକୁଡ଼ା ଫାର୍ମ ପ୍ରକଳ୍ପ ଓ ହମ୍ମା ପଞ୍ଚାୟତ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ଗଞ୍ଜାମ ବ୍ଲକ ଆସିଷ୍ଟାଣ୍ଡ ଇଞ୍ଜିନିୟର ବଂଶୀଧର ପରିଡ଼ା, ପିଓ ଦିଲିପ୍ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.