- ସ୍କୁଲସ୍ତରୀୟ ଶିଶୁ ନାଟକ ମହୋତ୍ସବ ଆୟୋଜିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସଦର ଏନ୍.ଏ.ସି. କଲ୍ୟାଣ ମଣ୍ଡପରେ ଜାତୀୟ ଶିଶୁ ଦିବସ ଅବସରରେ କୁନି କୁନି ଛାତ୍ର ଛାତ୍ରୀଙ୍କ ମଧ୍ୟରେ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ ସ୍ୱରୂପ ଶିଶୁନାଟକ ମହୋତ୍ସବ- ୨୦୨୩ ପରିବେଷଣ ହୋଇ ସହରରେ ଏକ ଚର୍ଚ୍ଚିତ ଅଧ୍ୟାୟ ସୃଷ୍ଟି କରିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ମୁଖ୍ୟବକ୍ତା ଭାବେ ଗୁରୁ ଭିକାରୀ ଚରଣ ମହାପାତ୍ର, ସମ୍ମାନୀତ ବକ୍ତାଭାବେ ଜଗନ୍ନାଥ ସଂସ୍କୃତିର ଗବେଷକ ଜ୍ଞାନାନନ୍ଦ ସାଗର କୁମାର, ସମ୍ମାନୀତ ଅତିଥି ସ୍ଥପତି ପଣ୍ଡିତ ବିଜୟ କୁମାର ତ୍ରିପାଠୀ, ନୃତ୍ୟ ନିର୍ଦ୍ଦେଶକ ସୂର୍ଯ୍ୟ ରଥ, ଜିଲ୍ଲା ପରିଷଦ ସଦସ୍ୟ ଏମ୍.ଧନଞ୍ଜୟ ରେଡ୍ଡୀ, ବରିଷ୍ଟ ସମାଜ ସେବୀ ରାଜେଶ ମିଶ୍ର, ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୀତାରାମ ପାତ୍ର ପ୍ରମୁଖ ଯୋଗଦେଇ ଶିଶୁ ଦିବସର ମହତ୍ତ୍ୱ ଏବଂ ଶିଶୁ ନାଟକ ମହୋତ୍ସବର ଆୟୋଜନର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏହି ମହୋତ୍ସବରେ ଛତ୍ରପୁର ଅଞ୍ଚଳର ବିଦ୍ୟାଳୟମାନଙ୍କରେ ମଧ୍ୟରେ ନାଟକ ପ୍ରତିଯୋଗିତା ହୋଇ କୃତିତ୍ୱ ହାସଲ କରିଥିବା ସ୍କୁଲ ଦଳକୁ ପୁରସ୍କୃତ କରାଯାଇଥିଲା । ଅନସ୍ଲୋ ସରକାରୀ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିଗ୍ରହଣ କରିଥିବା ବେଳେ ୟୁରୋ-କିଡ଼ସ ଦ୍ୱିତୀୟ ଏବଂ ରିକାପଲ୍ଲୀ ସ୍କୁଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସାନ୍ତ୍ୱନାମୂଳକ ଭାବେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏକ ସୁନ୍ଦର ନାଟକ ପରିବେଷଣ କରି ପୁରସ୍କାର ସହ ସମ୍ମାନୀତ ହୋଇଥିଲେ । ଆନୁଷ୍ଠାନର ସଂଯୋଜକ ତୁଷାର ଶତପଥୀ, ନିର୍ଦ୍ଦେଶକ ଜୀବନ କୁମାର ମହାରଣା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ଉତ୍ସବରେ ଅତିଥିଙ୍କୁ ସମ୍ମାନୀତ କରିବା ସହ ଅଶୃମୋଚନ ଗୌଡ଼, ସୁଜ୍ଞାନୀ ଦଳେଇ, ଦୁର୍ଗାପ୍ରସାଦ ମାର୍ଥା, ଦେବାଶିଷ ପାଣିଗ୍ରାହୀ, ସୁଶ୍ରୀ ଆର. ଝରଣା, ସ୍ନେହଲତା ପଟ୍ଟନାୟକ, ଇପ୍ସିତା ସାହୁ, ଛତ୍ରପୁର ଯୁବ ସମାଜସେବୀ ଇ.ରାଜୁ କୁମାର ଏବଂ ଛତ୍ରପୁର ମାଟିର ଗୌରବ ଯୁବ କଳାକାର ସୁମନ ପଟ୍ଟନାୟକଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଶିଶୁ ଦିବସ ଉପଲକ୍ଷେ ଗୁରୁ ଭିକାରି ଚରଣ ମହାପାତ୍ରଙ୍କ ଦ୍ୱାରା ରଚିତ “ଢ଼ଗଟିଏ ଗୀତ ଟିଏ” ପୁସ୍ତକ ଉନ୍ମୋଚିତ ହୋଇଥିଲା ।