ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଲେଖିକା ବାଗ୍ମୀ ଜୟଲକ୍ଷ୍ମୀ ସେଠୀଙ୍କ କୁନି କୁନି ପିଲାଙ୍କ ପାଇଁ ‘ଗପ ପଢ଼ ହୁଅ ବଡ଼’ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋୟେଲ ସିରିଜ ଓ ସମଗ୍ର ଶିକ୍ଷା ଓଡ଼ିଶା ତଥା ଭାଷା ପ୍ରକାଶନ ଦ୍ୱାରା ସଦ୍ୟ ପ୍ରକାଶିତ ବିଶିଷ୍ଟ ଲେଖିକା ବାଗ୍ମୀ ଜୟଲକ୍ଷ୍ମୀ ସେଠୀଙ୍କ କୁନି କୁନି ପିଲାଙ୍କ ପାଇଁ “ଗପ ପଢ଼ ହୁଅ ବଡ଼” ରାଜଭବନ ପରିସରରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଚରଣରେ ଚିରଆଶ୍ରିତା, ସାହିତ୍ୟ ରସପିପାସୁ ଏବଂ ସାରସ୍ଵତ ସାଧନାକୁ ନିଶା ଭାବେ ଗ୍ରହଣ କରିଥିବା, ଲେଖିକା ଶ୍ରୀମତୀ ଜୟଲକ୍ଷ୍ମୀ ସେଠୀ ଏକାଧାରରେ ଜଣେ ସୁସଂଗଠିକା, ସଂଯୋଜିକା, କବୟିତ୍ରୀ, ଗାଳ୍ପିକା, ଔପନ୍ୟାସିକ ଏବଂ ଜୀବନୀ ଲେଖିକା ସହିତ ଜଣେ ସୁଗୃହିଣୀ ଭାବରେ ସମସ୍ତଙ୍କ ପାଖରେ ବେଶ ପରିଚିତ । ବିଶେଷ କରି ଧର୍ମ ସମ୍ବନ୍ଧୀୟ ଅନେକ ପୁସ୍ତକ ରଚନା କରି ଅନେକ ଅଗ୍ରଣୀ ସଂଗଠନ ତରଫରୁ ସମ୍ମାନିତ ଓ ପ୍ରଶଂସିତ । ଏହା ଛଡା ତାଙ୍କର ଲେଖିବାର ଚମତ୍କାର କୌଶଳ ଓ ନିଆରା ଶବ୍ଦ ସଂଯୋଜନା ଏବଂ ଶୃଙ୍ଖଳିତ ସମାଜ ଗଠନ ପାଇଁ ଗଭୀର ଆତ୍ମୀୟତା, ସଚ୍ଚୋଟ, ସରଳ, ଦରଦୀ ଓ ମିଷ୍ଟଭାଷୀ ସାହିତ୍ୟ ଜଗତରେ ଜଣେ ବହୁ ଚର୍ଚ୍ଚିତ ଓ ବିରଳ ବ୍ୟକ୍ତିତ୍ଵ ହୋଇପାରିଛନ୍ତି । ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଜୟଲକ୍ଷ୍ମୀ ସେଠୀ ଅତି ସାନ ବେଳୁ ଲେଖନୀ ଚାଳନା କରି ଅସଂଖ୍ୟ ଲେଖାର ଅଧିକାରୀ ହୋଇ ପାଠକ ମହଲରେ ଆଲୋଡନ ସୃଷ୍ଟି କରିପାରିଛନ୍ତି । ଲେଖିକାଙ୍କ ଅନ୍ୟାନ୍ୟ କୃତି ମଧ୍ୟରେ ପୂଜା ଅର୍ଘ୍ୟ, ପୂଜା ନୈବେଦ୍ୟ, ପ୍ରତୀକ୍ଷା, ଯାହା ପାଇଁ ହସେ ବିରା ପ୍ରସବିନୀ, ହେ ସଖା, ଗୀତା ମଣି ମାଳା, ଅଚିହ୍ନା ନାରୀ, ମହାଭାରତ ଚରିତ୍ରଙ୍କ ଅସମାହିତ ପ୍ରଶ୍ନ, ଗପ ପଢ଼ ହୁଅ ବଡ, ଭକ୍ତି ବୃକ୍ଷ ଅମୃତ ଭାଗବତ, ଭକ୍ତି ଅମୃତ ଏବଂ ଶ୍ରୀ ଜଗନ୍ନାଥ ଅମୃତ ଆଦି ଅନେକ ପୁସ୍ତକ ରଚନା କରିବା ସହିତ ଅନେକ ପାଣ୍ଡୁଲିପି ସୃଷ୍ଟି କରିପାରିଛନ୍ତି । ବିଶେଷ କରି ଲେଖିକାଙ୍କ ଉପନ୍ୟାସ ଅଚିହ୍ନା ବନ୍ଧନ ଓଡ଼ିଶା ସରକାରଙ୍କ ଦ୍ଵାରା ଅନେକ ସରକାରୀ ବିଦ୍ୟାଳୟର ପାଠାଗାରରେ ଉପଲବ୍ଧ ହେବା ସହିତ ପାଠକୀୟ ମହଲରେ ବେଶ ଆଦୃତ ହୋଇପାରିଛି ।

Leave A Reply

Your email address will not be published.