ସଂଜୟ କୁମାର ମିଶ୍ରଙ୍କ କୋଶଲୀ କଥାନି ‘ମିଛ ବାଗିର ସତ କଥାନି’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଶଲୀ ଭାଷାରେ ଲୌକିକ ଶବ୍ଦରାଜିର ପ୍ରୟୋଗରେ ସଂଜୟ କୁମାର ମିଶ୍ରଙ୍କ ଗଳ୍ପ ସବୁ ବେଶ୍‌ ଚମତ୍କାର ହୋଇଛି । ଏହା କୋଶଲୀ ଭାଷା ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିବ ବୋଲି ଆଜି ସଂଜୟ କୁମାର ମିଶ୍ରଙ୍କ କୋଶଲୀ କଥାନି ‘ମିଛ ବାଗିର ସତ କଥାନି’ର ଉନ୍ମୋଚନ ଅବସରରେ ମତ ପ୍ରକାଶ ପାଇଛି । ମହାଲକ୍ଷ୍ମୀନଗର ଠାରେ ଆୟୋଜିତ ଏହି ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଗାଳ୍ପିକା ଶ୍ରୀମତୀ ଗାୟତ୍ରୀ ସରାଫ । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ସାହିତ୍ୟିକ ସନ୍ଦୀପ କୁମାର କୁଅଁର, ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ଅର୍ଜୁନ ସାହୁ ଓ ପୁସ୍ତକର ସମୀକ୍ଷା କରିଥିଲେ କବି ପୁସ୍ତମ ଜୁଆଡି । ଜୟକୃଷ୍ଣ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅରୁଣ ଖୁଆସ ସଭା ପରିଚାଳନା ଓ ପଞ୍ଚାନନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ସରାଫ ‘ମିଛ ବାଗିର ସତ କଥାନି’ର ଉଚ୍ଚ ପ୍ରଶଂସା କରିବା ସହ ଏହା କୋଶଳୀ ଭାଷା ସାହିତ୍ୟ ଜଗତର ଏକ ଅମୂଲ୍ୟ ସମ୍ପତ୍ତି ହେବ ବୋଲି କହିଥିଲେ ।

Leave A Reply

Your email address will not be published.